ଘର ତଳେ ହାତୀ, ଛାତ ଉପରେ ଜୀବନ ! - ଅନୁଗୋଳ ଗାଁ ଭିତରେ ହାତୀ ଆତଙ୍କ
🎬 Watch Now: Feature Video

Published : Sep 26, 2023, 6:38 PM IST
ଅନୁଗୋଳ: ଘର ତଳେ ହାତୀ, ଛାତ ଉପରେ ଲୋକେ। ଦୀର୍ଘ ସମୟ ଧରି ହାତୀ ଆତଙ୍କରେ ଲୋକେ ଭୟଭୀତ। ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯିବା ସବୁଦିନିଆ ହୋଇ ଯାଇଥିବା ବେଳେ ଗାଁ ଭିତରେ ପଶି ଆତଙ୍କ କରିବା ଲୋକଙ୍କ ଭୟକୁ ଦ୍ବିଗୁଣିତ କରିଛି। ତେବେ ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଳକ ନରେଦ୍ର ପୁର ଗାଁରେ ଏକ ଗୋଠ ଛଡା ଦନ୍ତାର ଆତଙ୍କରେ ଲୋକେ ତ୍ରାହି ତ୍ରାହି ଡାକିଛନ୍ତି। ହାତୀକୁ ଘଉଡାଇବା ପାଇଁ ଲୋକେ ହରିବୋଲ ହୁଳହୁଳି ପକାଉଛନ୍ତି।
ଏହା ମଧ୍ୟ ପଢ଼ନ୍ତୁ...ଅନୁଗୋଳରେ ହାତୀ ଆତଙ୍କ, କାମ କରିବାକୁ ଯାଉଥିବା ବେଳେ କଚାଡି ମାରିଲା ଦନ୍ତା
ସୂଚନା ଅନୁସାରେ, ଗତକାଲି ରାତି ତମାମ ଗୋଠ ଛଡା ହାତୀଟି ତାଳଚେର ବନାଞ୍ଚଳର ବନ୍ଧା ଗାଁ ସମେତ ଆଖପାଖ ଗାଁରେ ବୁଲୁଥିଲା। ଆଜି ସକାଳ ସମୟରେ ବାଇଝାଲିସାହିର ପ୍ରଫୁଲ୍ଲ ଭୋଇ tata ପ୍ଲାଣ୍ଟକୁ କାମ କରିବାକୁ ଯାଉଥିବା ବେଳେ ନାଳଚନ୍ଦ୍ରପୁର ଶ୍ମଶାନ ପାଖରେ ଦନ୍ତା ହାତୀ ହାବୁଡରେ ପଡ଼ିଥିଲେ। ଫଳରେ ହାତୀ ପ୍ରଫୁଲଙ୍କୁ ଧରି କଚାଡି଼ ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ଯୁ ହୋଇଥିଲା। ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଛି। ଗତକାଲି ରାତି ଠାରୁ ହାତୀଟି ବୁଲୁଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି ।
ଇଟିଭି ଭାରତ, ଅନୁଗୋଳ