ETV Bharat / state

ନେପାଳ ପ୍ରତିନିଧିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଛାତ୍ରଛାତ୍ରୀଙ୍କୁ ଫେରିବାକୁ ଅପିଲ୍‌ - NEPAL STUDENT DEATH CASE

ଫୋନ ଯୋଗେ ମୁଖ୍ୟମନ୍ତ୍ରୀ ନେପାଳର ପ୍ରତିନିଧି ସଂଜୀବ ଦାସ ଶର୍ମା ଓ ନବୀନ ରାଜ ଅଧିକାରୀଙ୍କ ସହ କଥା ହୋଇଛନ୍ତି ।

ନେପାଳ ପ୍ରତିନିଧିଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ନେପାଳ ପ୍ରତିନିଧିଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat)
author img

By ETV Bharat Odisha Team

Published : Feb 19, 2025, 5:40 PM IST

Updated : Feb 19, 2025, 9:20 PM IST

ଭୁବନେଶ୍ବର/ବ୍ରହ୍ମପୁର: ନେପାଳ ଛାତ୍ରୀ ମୃତ୍ୟୁ ଘଟଣାକୁ ହୁଲୁସ୍ତୁଲୁ ରାଜନୀତି । ମନ୍ତ୍ରୀ ଓ ସାଂସଦ ଘଟଣାକୁ ନିନ୍ଦା କରିଥିବାବେଳେ ରାଜ୍ୟ ସରକାର ଉଚିତ ସମୟରେ ପଦକ୍ଷେପ ନେଇଥିବା କହିଛନ୍ତି ମନ୍ତ୍ରୀ । ସେପଟେ ଓଡିଶା ଗସ୍ତରେ ଆସିଥିବା ନେପାଳର ଦୁଇ ପ୍ରତିନିଧିଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ନେପାଳର ପ୍ରତିନିଧି ସଂଜୀବ ଦାସ ଶର୍ମା ଓ ନବୀନ ରାଜ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ଘରୋଇ ବିଶ୍ୱବିଦ୍ୟାଳୟରେ ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ନେପାଳୀ ଛାତ୍ରଛାତ୍ରୀଙ୍କ ଲାଗି ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି ।

ନେପାଳ ପ୍ରତିନିଧିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ (ETV Bharat)
  • ଛାତ୍ରଛାତ୍ରୀଙ୍କୁ ଫେରି ଆସିବାକୁ ଅପିଲ୍‌

ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ ବିବାଦକୁ ନେଇ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି । ଓଡିଶା ଗସ୍ତରେ ଆସିଥିବା ନେପାଳ ସରକାରଙ୍କର ଦୁଇ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନରେ କଥା ହୋଇଛନ୍ତି । ଆତ୍ମହତ୍ୟା କରିଥିବା ନେପାଳି ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । କ୍ୟାମ୍ପସରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ଲାଗି ସମସ୍ତ ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । କ୍ୟାମ୍ପସକୁ ଫେରିଆସି ପାଠ ପଢାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat)
  • ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ନେପାଳ ପ୍ରତିନିଧି

ସେହିପରି ଅପରାହ୍ନରେ ରାଜ୍ୟ ସରକାରଙ୍କ ସହ ନେପାଳର ପ୍ରତିନିଧି ସଂଜୀବ ଦାସ ଶର୍ମା ଓ ନବୀନ ରାଜ ଅଧିକାରୀ ଆଲୋଚନା କରିଛନ୍ତି । ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ନେପାଳ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ପଦକ୍ଷେପ ବାବଦରେ ସେମାନଙ୍କୁ ଅବଗତ ମଧ୍ୟ କରିଛନ୍ତି । ଘଟଣା ଓ ପଦକ୍ଷେପ ବାବଦରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼. ଅର୍ଜ୍ଜୁ ରାଣା ଦେଉବାଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ।

ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, "ଘରୋଇ ବିଶ୍ୱବିଦ୍ୟାଳୟ ମାମଲାରେ ଗଠନ ହୋଇଥିବା କମିଟିର ଆଜି ବୈଠକ ଅନୁଷ୍ଠିତ ହୋଇଛି । ମୋଡାଲିଟି ଫିକ୍ସ ହୋଇଛି । ଅପରାହ୍ନରେ କମିଟି ବିଶ୍ୱବିଦ୍ୟାଳୟ ଯିବାର କାର୍ଯ୍ୟକ୍ରମ ରହିଛି । ସେମାନେ ଆଜିଠାରୁ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିବେ । ଅନ୍ୟ ପକ୍ଷରେ ନେପାଳ ସରକାରଙ୍କ 2 ଜଣ ପ୍ରତିନିଧି ଓଡିଶା ଆସିଛନ୍ତି । ସେମାନଙ୍କ ସହିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତରେ ଲୋକସେବା ଭବନରେ ବୈଠକ ହୋଇଛି । ଘଟଣା ବାବଦରେ ଉଭୟ ପକ୍ଷଙ୍କ ମଧ୍ୟରେ ବିଷଦ ଆଲୋଚନା ହୋଇଛି । ନେପାଳ ପ୍ରତିନିଧି ସେମାନଙ୍କ କଥା, ଦାବି ରଖିଛନ୍ତି । ରାଜ୍ୟ ସରକାରଙ୍କ ପଦକ୍ଷେପରେ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି ’’।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ବୈଠକ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେପାଳର ପ୍ରତିନିଧିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ମୁଁ ବ୍ୟକ୍ତିଗତ ଭାବେ ଫୋନରେ କଥା ହୋଇଛି । ରାଜ୍ୟ ସରକାରଙ୍କ ପଦକ୍ଷେପ ବାବଦରେ ମୁଁ ତାଙ୍କୁ ଅବଗତ କରିଛି । ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଫେରିଆସିଥିବା, ଫେରୁଥିବା ଓ ଫେରିବାକୁ ଥିବା ଛାତ୍ରଛାତ୍ରୀ ଯେମିତି ମାନସିକ ନିର୍ଯ୍ୟାତନାର ଶିକାର ନହୁନ୍ତି, ସେମାନଙ୍କର ଦାବି ରହିଛି । ସେଥିପାଇଁ ଆମେ ସରକାରୀ ସ୍ତରରେ ପଦକ୍ଷେପ ନେଉଛୁ । ଆଜି ସନ୍ଧ୍ୟା ସୁଦ୍ଧା ଏକ ହେଲ୍ପ ଲାଇନ ନମ୍ବର ଜାରି କରିବୁ । ହେଲ୍ପ ଡେସ୍କ ଜରିଆରେ ସରକାରଙ୍କ ସହ ସିଧାସଳଖ ସମ୍ପର୍କ ହେବା ଦ୍ୱାରା ନେପାଳର ଛାତ୍ରଛାତ୍ରୀଙ୍କୁ ସାହସ ମିଳିବ । ଆସନ୍ତା 28 ତାରିଖରେ କିଛି ପିଲାଙ୍କ ପରୀକ୍ଷା ରହିଛି । ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛୁ ’’।

ABVP ର ବିରୋଧ ପ୍ରଦର୍ଶନ
ABVP ର ବିରୋଧ ପ୍ରଦର୍ଶନ (ETV Bharat)
  • ଅଚ୍ୟୁତ ସାମନ୍ତଙ୍କ କୁଶପୁତ୍ତଳିକା ଦାହ କଲା ABVP

ତେଜୁଛି ଘରୋଇ ବିଶ୍ବବିଦ୍ୟାଳୟ ନିଆଁ। ବିଧାନସଭା ସାମ୍ନାରେ ଜଳିଛି କୁଶପୁତ୍ତଳିକା। ଦୀର୍ଘ ତିନି ଦିନ ଧରି ଅଶାନ୍ତ ବିଶ୍ବବିଦ୍ୟାଳୟ ପାଇଁ ରାଜରାସ୍ତାକୁ ଓହ୍ଲାଇଛି ଏବିଭିପି। ଆନ୍ତର୍ଜାତିକ ସ୍ତରରେ ଘରୋଇ ବିଶ୍ବବିଦ୍ୟାଳୟକୁ ନେଇ ଭାରତ ବଦନାମ୍ ହେଉଥିବାରୁ ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କରିଛନ୍ତି। ଏନେଇ ପ୍ଲାକାର୍ଡ ଧରି ମାଷ୍ଟରକ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବ୍ୟାନର ଧରି ବିକ୍ଷୋଭ ଶୋଭାଯାତ୍ରା କରିବା ସହ ନେପାଳୀ ଛାତ୍ରଙ୍କୁ ସୁରକ୍ଷା ଦାବି କରିଛନ୍ତି। ଉତ୍ୟକ୍ତ ଛାତ୍ରଛାତ୍ରୀ ଅଚ୍ୟୁତ ସାମନ୍ତଙ୍କ କୁଶପୁତ୍ତଳିକା ଦାହ ସହ କରିଛନ୍ତି।

ଏବିଭିପି ରାଜ୍ୟ ସମ୍ପାଦିକା ଛାତ୍ରୀ ଦିପ୍ତିମୟୀ ପ୍ରତିହାରୀ କହିଛନ୍ତି ‘‘ଭାରତର ଛବିକୁ ମଳିନ କରିଛନ୍ତି ଅଚ୍ୟୁତ ସାମନ୍ତ। ମୃତ ନେପାଳ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି ଓ ନେପାଳ ଛାତ୍ର ଛାତ୍ରୀଙ୍କ ପ୍ରତି ହୋଇଥିବା ଅମାନବୀୟ କାର୍ଯ୍ୟକାଳପ ବିରୋଧରେ ଏବିଭିପି ରାଜରାସ୍ତାକୁ ଓହ୍ଲାଇଛି।ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେ କ୍ୟାମ୍ପସରେ ଯେଉଁମାନେ ଅଛନ୍ତି ସେମାନଙ୍କ ଗିରଫ କରାଯାଇନାହିଁ । ଏନେଇ ଲଢେଇ ଜାରି ରହିବ’’ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ନ୍ୟାୟ ଦାବି କଲେ ମୃତକଙ୍କ ବାପା, ସରକାର ଗଢ଼ିଲେ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି

ଏହା ମଧ୍ୟ ପଢନ୍ତୁ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଖସି ପଳାଉଥିଲେ ଛାତ୍ର, ବିମାନ ବନ୍ଦରରୁ ବାନ୍ଧିଲା ପୋଲିସ

  • ମନ୍ତ୍ରୀ ଓ ସାଂସଦଙ୍କ ନିନ୍ଦା

ଘରୋଇ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ସାଂସଦ ପ୍ରତାପ ଷଡଙ୍ଗୀ ଏହାକୁ ନିନ୍ଦା କରିଛନ୍ତି। ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି, ‘‘ଓଡିଶାକୁ ଯିଏ ବି ବଦନାମ ଚାହୁଁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଶ୍ୱବିଦ୍ୟାଳୟରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଦୂର୍ଭାଗ୍ୟଜନକ। ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି। ବିଭାଗୀୟ ମନ୍ତ୍ରୀ ଏ ଦିଗରେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇଛନ୍ତି। ଏ ଘଟଣାର କୌଣସି ପ୍ରକାର ଢିଲା କରି ନାହାନ୍ତି। ଓଡିଶାକୁ ଯିଏ ବି ବଦନାମ କରିବାକୁ ଚାହୁଁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ’’।

ସେପଟେ ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ‘‘ବିଶ୍ବବିଦ୍ୟାଳୟ କରିଥିବା ଘୃଣ୍ୟ କାର୍ଯ୍ୟ ଉପରେ କଠୋର କାର୍ଯ୍ୟନୁଷ୍ଠାନ ହେବା ଆବଶ୍ୟକ । ଏଠାରେ ଅତ୍ୟନ୍ତ ଜଘନ୍ୟ ଏବଂ ନିନ୍ଦନୀୟ ଘଟଣା ଘଟିଛି । ଯେଉଁଭଳି ଭାବେ ସିକ୍ୟୁରିଟି ଗାର୍ଡ ପିଲା ମାନଙ୍କୁ ବାଡେଇଲେ ଏହା ଆହୁରି ନିନ୍ଦନୀୟ । ଜଣେ ଝିଅ ଆତ୍ମହତ୍ୟା କରିବା ପରେ ଏଭଳି ଘଟଣା ଘଟିଲା । ବିଶ୍ବବିଦ୍ୟାଳୟ ପ୍ରଶାସନର ଏଜେନ୍ସି କାମ କରୁନି । ତାପରେ ଯେଉଁଭଳି ଭାବେ ଦମନ ମୂଳକ କାର୍ଯ୍ୟ ବର୍ବରତା ପୂର୍ବକ କଲେ । ଏହାକୁ ସଂପୂର୍ଣ୍ଣ ସମାଜ ନିନ୍ଦା କରୁଛି । ଏଭଳି ଘୃଣ୍ୟ କାର୍ଯ୍ୟ ଉପରେ କଠୋର କାର୍ଯ୍ୟନୁଷ୍ଠାନ ହେବା ଆବଶ୍ୟକ । ସରକାର ଏହା ଉପରେ ବିହିତ ପଦକ୍ଷେପ ନେବେ’’ ବୋଲି ଆଶା ଅଛି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat)
  • ରାଜ୍ୟ ସରକାର ଗଠନ କରିଛନ୍ତି ଟିମ୍‌

ଘରୋଇ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି । ଘଟଣାରେ ଏଯାବତ 5 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଆମେ ପ୍ରତି ଦୁଇ ଘଣ୍ଟାରେ ନେଉଛୁ ରିପୋର୍ଟ ।

ରାଜ୍ୟ ମାନବିକ ଅଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଫୁଲ୍ଲ:

ରାଜଧାନୀରେ ନେପାଳର ବିଦ୍ୟାର୍ଥୀଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ମାନବିକ ଅଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜ୍ୟ ଲୋକଶକ୍ତି ଅଭିଯାନର ସଭାପତି ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ ।‌ ଘରୋଇ ବିଶ୍ବବିଦ୍ୟାଳୟରେ ନେପାଳର ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ମାନବିକ ଅଧିକାର ଉପରେ ଆକ୍ରମଣ କରାଯାଇ ସେମାନଙ୍କ ପ୍ରତି ଅମାନବୀୟ ବ୍ୟବହାର ସହ ଜବରଦସ୍ତ ହଷ୍ଟେଲରୁ ବାହାର କରି ଦେବା ଓ ବିନା ସୁରକ୍ଷାରେ ରେଳଷ୍ଟେସନରେ ଛାଡ଼ିଦେବା ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ପରିବେଶବିତ୍‌ ତଥା ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ । ଏହାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ ରାଜ୍ୟ ମାନବିକ ଅଧିକାର ଆୟୋଗ ଅଧ୍ୟକ୍ଷକଙ୍କ ନିକଟକୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ।

Last Updated : Feb 19, 2025, 9:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.