thumbnail

By

Published : Jun 19, 2023, 7:46 AM IST

ETV Bharat / Videos

ସହରରେ ବୁଲୁଛି ହାତୀ, ଲୋକେ ଆତଙ୍କିତ

ଭବାନୀପାଟଣା: ଉପାନ୍ତ ଅଞ୍ଚଳରେ ବଢୁଛି ହାତୀଙ୍କ ଉପଦ୍ରବ । କେତେବେଳେ ଜନ ବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି ତ ପୁଣି କେତେବେଳେ ଚାଷ ନଷ୍ଟ କରୁଛନ୍ତି । ସେପଟେ ଜଙ୍ଗଲ କ୍ଷୟ ହେବା ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ହାତୀ ଯାହା ଫଳରେ ମଣିଷ ଓ ହାତୀର ଲଢେଇରେ ଅନେକ ଧନ ଜୀବନ ହାନି ହେଉଛି । ହେଲେ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ ଆସୁଛି । ପୁଣି ଗତକାଲି ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଧର୍ମଗଡ଼ ସହରରେ ଏକ ଦନ୍ତା ହାତୀ ଅଚାନକ ସହର ଭିତରକୁ ପଶି ଆସିଥିଲା । ପଞ୍ଚାୟତ କଲେଜ ଅଞ୍ଚଳରେ ହାତୀ ବୁଲୁଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଚେଷ୍ଟା କରିଥିଲେ । ସେପଟେ ସହରରେ ହାତୀ ବୁଲୁଥିବାରୁ ହାତୀର ସୁରକ୍ଷା ପାଇଁ ସହରରେ ବିଦ୍ୟୁତ ସେବା ଦୀର୍ଘ ୫ ଘଣ୍ଟା ଧରି ବ୍ୟାଘାତ କରାଯାଇଥିଲା । ଏନେଇ ଦକ୍ଷିଣ ବନ ଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ହାତୀକୁ ଘଉଡାଇବା ପାଇଁ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରାଯାଇଥିବା ବେଳେ ଅପରେସନ ଆରମ୍ଭ ହୋଇଥିବା ସେ କହିଥିଲେ । 

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.