ଯାତ୍ରୀବାହୀ ବସର କାଚ ଭାଙ୍ଗିଲା ଦନ୍ତା, ଅଳ୍ପକେ ବର୍ତ୍ତିଲ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ - ଯାତ୍ରୀବାହୀ ବସ ଉପରେ ଦନ୍ତା ଆକ୍ରମଣ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/04-09-2023/640-480-19427579-thumbnail-16x9-elephant-attack.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 4, 2023, 3:56 PM IST
ରାୟଗଡ଼ା: ଯାତ୍ରୀବାହୀ ବସ ଉପରେ ହାତୀ ଆକ୍ରମଣ । ଓଡ଼ିଶା ସୀମାନ୍ତଠାରୁ ପ୍ରାୟ ୧୦ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର ଅର୍ତମ ଗାଁ ନିକଟରେ ଏକ ବସ ଉପରେ ହାତୀ ଆକ୍ରମଣ ହୋଇଛି । ରାୟଗଡ଼ାଠାରୁ ବିଜୟଦୁର୍ଗା ନାମକ ଘରୋଇ ବସ ଆନ୍ଧ୍ରପ୍ରଦେଶ ରାଜ୍ୟ ପାର୍ବତୀପୁରମ ଯାଉଥିବା ବେଳେ ହଠାତ ଏକ ଦନ୍ତାହାତୀ ରାସ୍ତା ଉପରକୁ ମାଡ଼ି ଆସିଥିଲା । ବସଟି ଜଙ୍ଗଲ ରାସ୍ତାରେ ଅକଟି ଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଶୁଣ୍ଢରେ ବସକୁ ଠେଲିବା ସହ କାଛା ଭାଙ୍ଗିଥିଲା । ପ୍ରାୟ ୧୦ରୁ ୧୫ ମିନିଟ ଧରି ହାତୀ ଚଲାଇଥିଲା ଉପଦ୍ରବ । ଏହି ବସରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରୁଥିଲେ । ହାତୀ ଉଗ୍ର ରୂପ ଧାରଣ କରି ବସର କାଚ ଭାଙ୍ଗି ଦେଇଥିଲା । ହାତୀ ଆକ୍ରମଣ କରିବା ପରେ ଡ୍ରାଇଭର ସାହାସ ଦେଖାଇ ବସକୁ ପଛକୁ ନେଇଯାଇଥିବା ଜଣାପଡ଼ିଛି ।
ଏହା ବି ପଢନ୍ତୁ- ହାତୀ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
ଏହି ଦନ୍ତା ହାତୀ ସହିତ ୫ ଟି ହାତୀ ରହିଥିବା ସୂଚନା ମିଳୁଛି । ଏହି ଛୋଟିଆ ହାତୀପଲ ଦଳଟି ଆନ୍ଧ୍ରପ୍ରଦେଶର ମାନ୍ୟମ ଜିଲ୍ଲା ଅନ୍ତର୍ଗତ ତୋଟାପେଲି ଜଳଭଣ୍ଡାର କୁଳେ ନାଗାବଳୀ ନଦୀର ଆରପଟେ ଚଳପ୍ରଚଳ କରୁଥିବାବେଳେ ଓଡ଼ିଶା ସୀମାର ଅନିଜା, ଆମ୍ପଲଓ୍ବାଲସା, କେରେଡା କୁନେରୁ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି । ଆଜିର ଘଟଣା ପରେ ଓଡ଼ିଶା ଆନ୍ଧ୍ର ସୀମାରେ ଭୟର ବାତାବରଣ ଦେଖାଦେଇଛି । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ଆନ୍ଧ୍ର ଏବଂ ଓଡ଼ିଶାର ଜଙ୍ଗଲ ବିଭାଗର ଅଧିକାରୀଙ୍କ ସମେତ ହାତୀ ବିଶେଷଜ୍ଞ ଦଳ ଯାଇଥିବା ଜଣାପଡିଛି ।
ଇଟିଭି ଭାରତ, ରାୟଗଡ଼ା