thumbnail

By ETV Bharat Odisha Team

Published : Oct 21, 2023, 10:51 PM IST

ETV Bharat / Videos

ମା'ଶାରଳାଙ୍କ ପୀଠରେ ମହାଷ୍ଟମୀ

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ମନ୍ଦିର ଠାରୁ ଆରମ୍ଭ କରି ବିଭିନ୍ନ ଶକ୍ତିପୀଠରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ସେହିପରି ପୂଜା ମଣ୍ଡପ ମାନଙ୍କରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି । ଜିଲ୍ଲାର ଅନ୍ୟତମ ଶକ୍ତିପୀଠ କୁତାମ ଚଣ୍ଡୀ ପୀଠରେ ମଧ୍ୟ ମହାଷ୍ଟମୀ ପୂଜା ଆରମ୍ଭ ହୋଇଛି । ମା'ଶାରଳାଙ୍କ ପୀଠରେ ଆଜି ମହାଷ୍ଟମୀ ପାଳନ ହେଉଥିବାରୁ ଶ୍ରଦ୍ଧାଳୁ ଭକ୍ତମାନେ ଭିଡ ଲାଗି ରହିଛି । ଶ୍ରଦ୍ଧାଳୁ ଭକ୍ତ ମାନେ ଆଜିର ଦିନରେ ମା'ଙ୍କ ନିକଟରେ ଚୂଡାଘଷା ଭୋଗ ଅର୍ପଣ କରିଥାନ୍ତି ।

ଆଜି ମଧ୍ୟ ରାତ୍ରରେ ମା'ଙ୍କ ନିକଟରେ କୁଷ୍ମାଣ୍ଡ(ପାଣି କଖାରୁ) ବଳି ପ୍ରଦାନ କରାଯିବ । ପୂର୍ବରୁ ଶାରଳାଙ୍କ ନିକଟରେ ପଶୁ ବଳି ଦିଆଯାଉଥିଲା । ତେବେ କାଳକ୍ରମେ ଏହାକୁ ବନ୍ଦ କରିଦିଆଯାଇଛି । ସେହିପରି ଚଣ୍ଡୀ ଓ ଅଶରିରୀମାନଙ୍କ ଅର୍ଦ୍ଧ ରାତ୍ରରେ ବିରାଟ ହଣ୍ଡାରେ ପଣା ଅର୍ପଣ କରାଯିବାର ବିଧି ରହିଛି । ଯାହାକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...Durga Puja Special: ବାଉଁଶ ବଣର ରାଣୀ ମା' ଡୋକରୀ, ପୀଠରେ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା

ସେହିପରି ଆସନ୍ତାକାଲି ମନ୍ଦିରରେ ବିଶ୍ରାମ ହେତୁ ସର୍ବ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ଗର୍ଭ ଗୃହକୁ ପ୍ରବେଶ ବନ୍ଦ ରହିଥିବାବେଳେ ମହାନବମୀ ଦିନ ଘଟ ବିସର୍ଜନ କରାଯିବ । ଜଗତସିଂହପୁର ସହରର ବିଭିନ୍ନ ପୂଜା ମଣ୍ଡପ ରେ ମା, ଦୁର୍ଗାଙ୍କ ଆବାହନ କରାଯାଉଛି ।ଆଜି ସନ୍ଧ୍ୟାରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା କାଲି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେବ ।

ଇଟିଭି ଭାରତ,ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.