ଶିଶୁଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ପଦକ୍ଷେପ, ଅନୁଷ୍ଠିତ ହେଲା ବିଜେତା - ବରଗଡରେ ବିଜେତା କାର୍ଯ୍ୟକ୍ରମ ଅନୁଷ୍ଠିତ
🎬 Watch Now: Feature Video
ବରଗଡ: ବରଗଡ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଗତ ଶୁକ୍ରବାର ଏକ ନିଆରା ବିଜେତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଠ ପଢା ସହିତ ସ୍କୁଲ ପିଲାଙ୍କ ମଧ୍ୟରେ ରହିଥିବା ଅନ୍ତଃନିହିତ ଗୁଣାବଳୀ ଓ ବିଲୁପ୍ତ ଶକ୍ତିର ବିକାଶ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ । ଜିଲ୍ଲାର 12 ଗୋଟି ବ୍ଲକରେ ରହିଥିବା 5 T ସ୍କୁଲର ଛାତ୍ର ମାନଙ୍କୁ ଏପରି ସୁଯୋଗ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ 90 ଗୋଟି 5T ସ୍କୁଲ ଗୁଡିକର ପ୍ରତିଭାଶୀଳ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ବିଜେତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ବ୍ଲକ ସ୍ତରୀୟ ବିଜେତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ସେଥି ମଧ୍ୟରୁ କୃତି ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ବିଜେତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
24 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟର ବିଜେତା କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ୍ ଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମନିଷା ବାନାର୍ଜୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ରାଧାକାନ୍ତ ଛତ୍ରୀ, ଛତ୍ରପତି ସାହୁ, ଜ୍ୟୋତିକାନ୍ତ ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରଜ ପଟ୍ଟନାୟକ, ସଂଯୋଜକ ମନୋଜ କୁମାର ସାହୁ ମଞ୍ଚାସିନ ଥିଲେ । ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ ଏବଂ ବିଜେତା କାର୍ଯ୍ୟକ୍ରମରେ ବିଜୟୀ ହୋଇ ଫେରିଥିଲେ ।
ଇଟିଭି ଭାରତ, ବରଗଡ