Digital Dialogue: ଓଡିଶାରେ ଧ୍ରୁବୀକରଣ ରାଜନୀତି ଅସମ୍ଭବ - Political Analyst Rabi Das
🎬 Watch Now: Feature Video
ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ବିଜେଡିକୁ ଏକାକୀ ଲଢିବା ପାଇଁ ଛାଡିବା କଥା । କାଳେ ଦୁର୍ବଳ ଭାବିବେ ସେଥିପାଇଁ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଦେଇଛନ୍ତି । ଝାରସୁଗୁଡା ଉପନିର୍ବାଚନ 2024 ପାଇଁ କୌଣସି ବାର୍ତ୍ତା ଦେବ ନାହିଁ । ଯେହେତୁ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଏହି ଉପ ନିର୍ବାଚନ ହେଉଛି 2024 ସହିତ ଏହାର କୌଣସି ସମ୍ପର୍କ ନାହିଁ । ଗତ କିଛି ଦିନ ମଧ୍ୟରେ ଉଭୟ କଂଗ୍ରେସ ଓ ବିଜେପି ନେତାଙ୍କ ଦଳ ବଦଳ ରାଜନୀତି ବିରୋଧୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ବିଜେପି ଜିଲ୍ଲା ସଭାପତି ଯେତେବେଳେ ବିଜେଡି ସହିତ ହାତ ମିଳାଇଲେ ଏଥିରୁ ଅନୁମାନ କରାଯାଇପାରେ ସାଂଗଠନିକ ଦୃଷ୍ଟିରୁ ବିଜେପି କେଉଁ ସ୍ଥିତିରେ ଅଛି । ଯଦିଓ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବା ସହିତ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି, ଏହା କର୍ମୀଙ୍କୁ ଉତ୍ସାହିତ କରିବ । କିନ୍ତୁ ବିରୋଧୀ ଦଳର ଜଣେ ବଡ଼ ନେତା ହିସାବରେ ନବୀନଙ୍କ ତୁଳନାରେ ଧର୍ମେନ୍ଦ୍ର ଲୋକଙ୍କ ମଧ୍ୟକେ କନେକ୍ଟିଂ ହୋଇପାରୁନାହାନ୍ତି । ସମ୍ବଲପୁର ହିଂସା ଘଟଣାର କୌଣସି ପ୍ରଭାବ ଝାରସୁଗୁଡା ଉପ-ନିର୍ବାଚନ ଉପରେ ପଡିବ ନାହିଁ । ଓଡିଶାରେ ଧର୍ମକୁ ନେଇ ରାଜନୀତି ଚାଲେନାହିଁ । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ୍, ଇଟିଭି ଭାରତ ଓଡିଶା ।