କାର୍ତ୍ତିକ ମାସ ତୃତୀୟ ସୋମବାର: ଧବଳେଶ୍ବର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

By ETV Bharat Odisha Team

Published : Nov 13, 2023, 5:00 PM IST

thumbnail

କଟକ: ଆଜି ହେଉଛି କାର୍ତ୍ତିକ ମାସର ତୃତୀୟ ସୋମବାର । ସମସ୍ତ ଶୈବପୀଠରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଆଉ ଏଥିରୁ ବାଦ ପଡିନି ବାବା ଧବଳେଶ୍ଵରଙ୍କ ପୀଠ । ଚଳଚଞ୍ଚଳ ହୋଇଉଠିଛି ଏହି ଶୈବପୀଠ । ବିଶ୍ବାସ ରହିଛି କାର୍ତ୍ତିକ ସୋମବାରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ସେଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି । ଆଜି ଭୋର ୪ଟାରୁ ପହଡ ଖୋଲିଥିଲା ଏବଂ ୧୦୮ ଗରା କଳସରେ ସ୍ନାନ କରାଯାଇ ଏଠାରେ ମଙ୍ଗଳ ଆଳତୀ କରାଯାଇଥିଲା । ପ୍ରତ୍ୟକ ବର୍ଷ ଏହି ମାସରେ ଶ୍ରଦ୍ଧାଳୁମାନେ ଏହି ଶୈବପୀଠରେ ଭିଡ଼ ଜମାଇଥାନ୍ତି । ହଜାର ହଜାର ଶ୍ରଦ୍ଧାଳୁମାନେ ଏହି ପୀଠକୁ ଆସି ବାବାଙ୍କର ଦର୍ଶନ କରିଥାନ୍ତି । ଶାନ୍ତି ଶୃଙ୍ଖଳାର ସହ ଶ୍ରଦ୍ଧାଳୁମାନେ ଯେପରି ଦର୍ଶନ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତବର୍ଷ ଆଉ ଡଙ୍ଗାର ଆବଶ୍ୟକତା ପଡୁନାହିଁ । ଶ୍ରଦ୍ଧାଳୁମାନେ ନୂଆ କଂକ୍ରିଟ ସେତୁ ଉପରେ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଛନ୍ତି । ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାର ଦର୍ଶନ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।

ଏହା ବି ପଢନ୍ତୁ- କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର, ବାବା ଆଖଣ୍ଡଳମଣି ପୀଠରେ ଶତାଧିକ ଭକ୍ତଙ୍କ ସମାଗମ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.