ETV Bharat / state

ଅଶ୍ୱିନୀଙ୍କ ସହ ମୋହନଙ୍କ ଆଲୋଚନା, ଆସନ୍ତା ୩ ବର୍ଷରେ ଓଡ଼ିଶା ହେବ ମେଗା IT ହବ - CM DISCUSS WITH ASHWINI VAISHNAW

ସୌଜନ୍ୟମୂଳକ ସାକ୍ଷାତ କଲେ ଉଭୟ ନେତା । ଆଇଟି ଓ ରେଳବାଇ କ୍ଷେତ୍ରରେ ଭିତ୍ତିଭୂମି ବିକାେଶ ନେଇ ହେଲା ଆଲୋଚନା ।

ଅଶ୍ୱିନୀଙ୍କ ସହ ମୋହନଙ୍କ ଆଲୋଚନା, ଆସନ୍ତା ୩ ବର୍ଷରେ ଓଡ଼ିଶା ମେଗା ଆଇଟି ହବ
ଅଶ୍ୱିନୀଙ୍କ ସହ ମୋହନଙ୍କ ଆଲୋଚନା, ଆସନ୍ତା ୩ ବର୍ଷରେ ଓଡ଼ିଶା ମେଗା ଆଇଟି ହବ (ETV Bharat Odisha)
author img

By ETV Bharat Odisha Team

Published : 9 hours ago

Updated : 9 hours ago

ଭୁବନେଶ୍ବର: ରେଳ ତଥା କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଭୟ ନେତାଙ୍କ ମଧ୍ୟରେ ୩ଟି ପ୍ରସଙ୍ଗରେ ଆଲୋଚନା ହୋଇଛି । ଆସନ୍ତା ୩ ବର୍ଷରେ ଓଡ଼ିଶାକୁ ଏକ ‘ମେଗା ଆଇଟି ହବ’ରେ ପରିଣତ କରାଯିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଓଡ଼ିଶାରେ ଏକ ବିଶ୍ଵସ୍ତରୀୟ ଆଇଟି ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ ଓ ରେଳ ପ୍ରକଳ୍ପ ଅଗ୍ରଗତି ନେଇ ମଧ୍ୟ ଉଭୟ ଆଲୋଚନା କରିଛନ୍ତି ।

୫ ବର୍ଷରେ ବଦଳିବ ଓଡିଶାର ରେଳ ଭିତ୍ତିଭୂମି: ବୈଷ୍ଣବ

ଅଶ୍ୱିନୀଙ୍କ ସହ ମୋହନଙ୍କ ଆଲୋଚନା, ଆସନ୍ତା ୩ ବର୍ଷରେ ଓଡ଼ିଶା ହେବ ମେଗା ଆଇଟି ହବ (ETV Bharat Odisha)

କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ଓଡିଶାରେ ରେଳ ଯୋଗାଯୋଗ ଓ ଆଇଟି ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଛି । ଓଡିଶାରେ ବର୍ତ୍ତମାନ ୪୮ଟି ନୂଆ ରେଳ ପ୍ରକଳ୍ପ ନିର୍ମାଣ କାମ ଚାଲିଛି । ସେଥିରେ ୭୩,୭୨୩ କୋଟି ବିନିଯୋଗ ହୋଇଛି । କେନ୍ଦ୍ର କ୍ୟାବିନେଟ ଦ୍ୱାରା ଅନୁମୋଦିତ ୮ଟି ନୂଆ ପ୍ରକଳ୍ପ ମଧ୍ୟ ରହିଛି । ଏହି ପ୍ରକଳ୍ପ ହେଉଛି ଗୁଣୁପୁର-ଥେରୁବାଲି ନୂଆ ଲାଇନ, ଜୁନାଗଡ଼-ନବରଙ୍ଗପୁର ନୂଆ ଲାଇନ, ମାଲକାନଗିରି-ପାଣ୍ଡୁରଙ୍ଗପୁରମ ନୂଆ ଲାଇନ, ବାଦାମ ପାହାଡ଼- କେନ୍ଦୁଝର ଗଡ ନୂଆ ଲାଇନ, ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂଆ ଲାଇନ, ବୁରାମର-ଚକୁଳିଆ ନୂଆ ଲାଇନ, ସରଡେଗା - ଭାଲୁମୁଣ୍ଡା ନୂଆ ଡବଲ ଲାଇନ୍‌ ଏବଂ ବରଗଡ ରୋଡ-ନୂଆପଡ଼ା ରୋଡ ନୂଆ ଲାଇନ । ସେହିପରି ଓଡିଶାରେ ୬ଟି ବନ୍ଦେ ଭାରତ ଟ୍ରେନ ଚାଲୁଥିବା ବେଳେ ଅମୃତ ଷ୍ଟେସନ ଯୋଜନାରେ ୫୯ଟି ଷ୍ଟେସନର ଉନ୍ନତି କରାଯିବ । ଆସନ୍ତା ୫ ବର୍ଷ ମଧ୍ୟରେ ଓଡିଶାରେ ଆହୁରି ଅନେକ ନୂଆ ରେଳ ପ୍ରକଳ୍ପ ହାତକୁ ନିଆଯିବ ବୋଲି ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ଅଶ୍ୱିନୀଙ୍କ ସହ ମୋହନଙ୍କ ଆଲୋଚନା, ଆସନ୍ତା ୩ ବର୍ଷରେ ଓଡ଼ିଶା ହେବ ମେଗା ଆଇଟି ହବ

  • ଆଇଟି ସେକ୍ଟରରେ ପୁଞ୍ଜି ନିବେଶ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଲେ ବୈଷ୍ଣବ

ସେହିପରି ଓଡିଶାରେ ଅଧିକରୁ ଅଧିକ ଆଇ.ଟି କମ୍ପାନୀ ପୁଞ୍ଜି ବିନିଯୋଗ କରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହା ସହିତ ଓଡ଼ିଶାରୁ କିପରି ଅଧିକ ଲୋକ ମହାକୁମ୍ଭ ମେଳା-୨୦୨୫ ଦେଖିବାକୁ ଯାଇପାରିବେ, ତାହା ସୁନିଶ୍ଚିତ କରିବା ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଓଡିଶାରେ ବିଶ୍ୱସ୍ତରୀୟ ଆଇ.ଟି ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ ପ୍ରସ୍ତାବ ବିଚାରାଧୀନ ଅଛି । ଏଥିପାଇଁ ଜମି ସହିତ ଅନ୍ୟାନ୍ୟ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡିଶାରେ ସେମି କଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି । ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ର୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଉଭୟ ନେତାଙ୍କ ଭେଟଘାଟ ସମୟରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନୋଜ କୁମାର ସାହୁ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ:-

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସରେ ହେବେ ସାମିଲ - PRESIDENT MURMU IN BHUBANESWAR

ଏହା ମଧ୍ୟ ପଢ଼ନ୍ତୁ-ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ କରିବେ ସମ୍ବୋଧନ - PM MODI ARRIVES IN BHUBANESWAR

ଏହା ମଧ୍ୟ ପଢ଼ନ୍ତୁ-'ଗାଥା ଓଡ଼ିଶାର:ବନ୍ଦେ ଉତ୍କଳ ଜନନୀ'ରେ ଓଡ଼ିଆ ଅସ୍ମିତାର ଝଲକ, ପ୍ରବାସୀଙ୍କୁ କଲା ମନ୍ତ୍ରମୁଗ୍ଧ - GATHA ODISHARA

  • ୨ରୁ ୩ ବର୍ଷ ଭିତରେ ଓଡ଼ିଶା ହେବ ଆଇଟି ହବ: ବୈଷ୍ଣବ

କେନ୍ଦ୍ର ରେଳ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘‘ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡ଼ିଶା ହେବ ଆଇଟି ହବ । ବିରାଟ ଆଇଟି, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ମେସିନ ଲର୍ଣିଂ, ଆଇଓଟି, ଇଣ୍ଡଷ୍ଟ୍ରି 4.0 କ୍ଷେତ୍ର ପାଇଁ ଯୁବକ ଯୁବତୀଙ୍କୁ ପାରଙ୍ଗମ କରାଯିବ । ଓଡ଼ିଶାକୁ ବିରାଟ ଆଇଟି ହବରେ ପରିଣତ କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ବିସ୍ତୃତ ଭାବେ ଆଲୋଚନା ହୋଇଛି । ଏ ନେଇ ଦୁଇ ତିନି ମାସ ଭିତରେ ପଦକ୍ଷେପ ନିଆଯିବ । ସେହିପରି ଓଡ଼ିଶାରେ ରେଳବାଇ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି । ଗୋଟି ଗୋଟି କରି ପ୍ରକଳ୍ପଗୁଡ଼ିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ।"

ଅଶ୍ୱିନୀଙ୍କ ସହ ମୋହନଙ୍କ ଆଲୋଚନା, ଆସନ୍ତା ୩ ବର୍ଷରେ ଓଡ଼ିଶା ମେଗା ଆଇଟି ହବ
ଅଶ୍ୱିନୀଙ୍କ ସହ ମୋହନଙ୍କ ଆଲୋଚନା, ଆସନ୍ତା ୩ ବର୍ଷରେ ଓଡ଼ିଶା ମେଗା ଆଇଟି ହବ (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

Last Updated : 9 hours ago
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.