ETV Bharat / state

ପୁରୀରେ ପ୍ରବାସୀଙ୍କ ଭିଡ, ମହାପ୍ରଭୁଙ୍କ ଦର୍ଶନ ସହ ନେଉଛନ୍ତି ଭ୍ରମଣ ମଜା - PRAVASI BHARTIYA DIVAS

ପୁରୀରେ ପ୍ରବାସୀ । ମହାପ୍ରଭୁଙ୍କ ଦର୍ଶନ ସହ ବୁଲୁଛନ୍ତି ଦର୍ଶନୀୟ ସ୍ଥାନ । ଓଡ଼ିଶାର କଳା ସଂସ୍କୃତିକୁ ଭୂରି ଭୂରି ପ୍ରଶଂସା । ଜମୁଛି ବିଚ୍‌ ଫେଷ୍ଟିଭାଲ ।

PRAVASI BHARTIYA DIVAS
PRAVASI BHARTIYA DIVAS (ETV Bharat Odisha)
author img

By ETV Bharat Odisha Team

Published : 10 hours ago

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଉଛନ୍ତି ପ୍ରବାସୀ ଭାରତୀୟ । ସାରା ବିଶ୍ବରୁ ଶହ ଶହ ପ୍ରବାସୀ ଭାରତୀୟ ମାନେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇ ପ୍ରବାସୀ ଭାରତୀୟ ମାନେ ବେଶ୍ ଖୁସି ଥିବାବେଳେ ଓଡ଼ିଶାର ଆତିଥ୍ୟତାକୁ ଖୁବ୍ ପ୍ରଶଂସା କରୁଛନ୍ତି । ଓଡ଼ିଶାର କଳା ସଂସ୍କୃତିକୁ ଦେଖି ସମସ୍ତେ ଖୁସି ବ୍ୟକ୍ତ କରୁଛନ୍ତି । ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଦେଖି ବେଶ୍ ଆମୋଦିତ ହେଉଛନ୍ତି ପ୍ରବାସୀ ଭାରତୀୟ ।

ଓଡ଼ିଶା ଉପରେ ବିଶ୍ବର ନଜର:

ପୁରୀରେ ପ୍ରବାସୀଙ୍କ ଭିଡ (ETV Bharat Odisha)

ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅନୁଷ୍ଠିତ ହେବା ଫଳରେ ସାରା ବିଶ୍ବର ଆଖି ଏବେ ଓଡ଼ିଶା ଉପରେ । ଓଡ଼ିଶାର କଳା ସଂସ୍କୃତି ବେଶ୍ ସମୃଦ୍ଧ ଥିବାବେଳେ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ବେଶ୍ ଭଲ ରହିଛି । ଏଣୁ ପ୍ରବାସୀ ଭାରତୀୟଙ୍କୁ ଏହା ଆକୃଷ୍ଟ କରୁଥିବା ବେଳେ ଆଗାମୀ ଦିନରେ ଅନେକ ପ୍ରବାସୀ ଭାରତୀୟ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ପ୍ରବାସୀ ଭାରତୀୟ । ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜିନିବେଶ ହେଲେ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ହେବା ସହ ଲୋକଙ୍କର ଉନ୍ନତି ମଧ୍ୟ ହେବ ।

ଓଡ଼ିଶାକୁ ବହୁତ ଫାଇଦା ମିଳିବ: ପ୍ରବାସୀ

ପ୍ରବାସୀ ଭାରତୀୟ
ପ୍ରବାସୀ ଭାରତୀୟ (ETV Bharat Odisha)

ଆଫ୍ରିକାରୁ ଆସିଥିବା ଜଣେ ପ୍ରବାସୀ ଭାରତୀୟ ରୋହିତ ସୁଜି କହିଛନ୍ତି, ‘ମହାପ୍ରଭୁଙ୍କ ଦର୍ଶନ ପାଇବା ବଡ ସୌଭାଗ୍ୟ କଥା । ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆମ ପ୍ରବାସୀଙ୍କ ପାଇଁ ବହୁତ ଭଲ ବ୍ୟବସ୍ଥା ହୋଇଛି । ତେବେ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ହେବା ଫଳରେ ଓଡ଼ିଶାକୁ ବହୁତ ଫାଇଦା ମିଳିବ। ଓଡ଼ିଶାର କଳା ଆମକୁ ବହୁତ ଆକର୍ଷିତ କରିଛି। ଏହା ଦ୍ବାରା ପର୍ଯଟନ ଶିଳ୍ପ ଅଭିବୃଦ୍ଧି ହେବ। ଆମେ ଯିବା ପରେ ସମସ୍ତଙ୍କୁ ଓଡ଼ିଶା ଆସିବା ପାଇଁ କହିବୁ। ଏହା ଦ୍ବାରା ଓଡ଼ିଶାକୁ ଅଧିକ ପୁଞ୍ଜି ଆସିବ । ଏହା ଦ୍ବାରା ଓଡ଼ିଶାର ଅଭିବୃଦ୍ଧି ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 11 ବର୍ଷ ହେବ ବହୁତ ଭଲ କାର୍ଯ୍ୟ କରୁଛନ୍ତି । ଯେଉଁଠି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ହୋଇଛି ସେହି ଅଞ୍ଚଳରେ ପୁଞ୍ଜିନିବେଶ ବଢ଼ିଛି । ଓଡ଼ିଶାର ଯେଭଳି ଆମେ ପୁରାତନ ମନ୍ଦିର, ସ୍ଥାପତ୍ୟ ଦେଖିଲୁ ତାହା ବିରଳ । ପର୍ଯ୍ୟଟନ ଦୃଷ୍ଟିରୁ ଓଡ଼ିଶାର ଅପାର ସମ୍ଭାବନା ରହିଛି। ଆଗାମୀ ଦିନରେ ଏହା ଆଗକୁ ବଢିବ ।

ଓଡ଼ିଶାର କଳା, ହସ୍ତ ଶିଳ୍ପ ବହୁତ ସୁନ୍ଦର: ପ୍ରବାସୀ

ପ୍ରବାସୀ ଭାରତୀୟ
ପ୍ରବାସୀ ଭାରତୀୟ (ETV Bharat Odisha)

ଆଉ ଜଣେ ପ୍ରବାସୀ ଭାରତୀୟ କହିଛନ୍ତି ଓଡ଼ିଶାର କଳା, ହସ୍ତ ଶିଳ୍ପ ବହୁତ ସୁନ୍ଦର । ଓଡ଼ିଶାର ମନ୍ଦିର ଗୁଡ଼ିକ ବହୁ ପୁରାତନ ହୋଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଭଲ ଭାବରେ କରାଯାଉଛି । ଏହା ବେଶ ସ୍ବାଗତ ଯୋଗ୍ୟ । ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ମଧ୍ୟ ଆୟୋଜନ ବହୁତ ଭଲ ହୋଇଛି । ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ବହୁତ ପ୍ରବାସୀ ଭାରତୀୟ ଆସିଛନ୍ତି । ଆଶା କରାଯାଉଛି ଏହି ପ୍ରବାସି ମାନେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିବେ । ଏହା ଦ୍ବାରା ଓଡ଼ିଶା ବେଶ ଫାଇଦା ପାଇବ । ପ୍ରଧାନମନ୍ତ୍ରୀ ମୋଦି ବହୁତ ଭଲ କାର୍ଯ୍ୟ କରୁଛନ୍ତି । ଆମେ ବିଦେଶରେ ଭାରତୀୟ ଭାବେ ବହୁତ ଗର୍ବ ସହିତ ରହୁଛୁ । ଆମେ ଯେଉଁ ଦେଶକୁ ଯାଉଛୁ ଭାରତୀୟ ଭାବେ ଆମକୁ ବହୁତ ସମ୍ମାନ ମିଳୁଛି ।

ପୁରୀରେ ଚାଲିଛି ବିଚ୍‌ ଫେଷ୍ଟିଭାଲ:

ପ୍ରବାସୀ ଭାରତୀୟ
ପ୍ରବାସୀ ଭାରତୀୟ (ETV Bharat Odisha)
ପ୍ରବାସୀ ଭାରତୀୟଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇ ଦେବାପାଇଁ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେଉଛି ବିଚ୍ ଫେଷ୍ଟିଭାଲ । ସମୁଦ୍ର ବେଳାଭୂମିରେ ଶୀତୁଆ ସନ୍ଧ୍ୟାରେ ପରିବେଷଣ ହେଉଛି ପାରମ୍ପରିକ ଏବଂ ଆଧୁନିକ ନୃତ୍ୟ ସହିତ ବହୁ ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କର ସୁମଧୁର ସଂଗୀତ। ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଋତୁରାଜ ଏବଂ ବର୍ଣ୍ଣାଳୀଙ୍କର ଷ୍ଟେଜ ସୋ ଦର୍ଶକଙ୍କୁ ବେଶ୍ ମତୁଆଲା କରିଥିଲା । ତେବେ ଆଗାମୀ ଦିନରେ ଓଡ଼ିଶାକୁ କିଭଳି ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ଏବଂ ପୁରୀରେ ବର୍ଷକୁ ଚାରୋଟି ମହୋତ୍ସବ ଆୟୋଜନ କରିବା ସରକାରଙ୍କ ଯୋଜନା ଥିବା ରହିଛି ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ପ୍ରବାସୀ ଭାରତୀୟ
ପ୍ରବାସୀ ଭାରତୀୟ (ETV Bharat Odisha)
ପ୍ରବାସୀ ଭାରତୀୟ
ପ୍ରବାସୀ ଭାରତୀୟ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସରେ ହେବେ ସାମିଲ

ପୂର୍ବ ଭାରତର ଦ୍ବାର ଓଡ଼ିଶା, ଦେଶ ବିକାଶର ନେବ ନେତୃତ୍ବ: ମୁଖ୍ୟମନ୍ତ୍ରୀ

ଅଶ୍ୱିନୀଙ୍କ ସହ ମୋହନଙ୍କ ଆଲୋଚନା, ଆସନ୍ତା ୩ ବର୍ଷରେ ଓଡ଼ିଶା ହେବ ମେଗା ଆଇଟି ହବ

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ପ୍ରବାସୀ ଏକ୍ସପ୍ରେସ ଶୁଭାରମ୍ଭ

ଓଡ଼ିଶାକୁ ପ୍ରଶଂସାରେ ପୋତିଲେ ରିକି କେଜ, କହିଲେ 'ସାରା ବିଶ୍ୱ ଏଠାରୁ ଶିଖିବା ଦରକାର'

ମରିସିଅସରୁ ଆସିଛି ମୁଁ ମହାପ୍ରଭୁଙ୍କ ଭକ୍ତ...ଜାଣନ୍ତୁ କିଏ ଏହି ବ୍ୟକ୍ତି

କଟକ ବୁଲିଲେ ପ୍ରବାସୀ ଭାରତୀୟ, ଦହିବରା ଆଳୁଦମର କଲେ ପ୍ରଶଂସା

ପୁରୀରେ ପ୍ରବାସୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା:

ପ୍ରବାସୀ ଭାରତୀୟ
ପ୍ରବାସୀ ଭାରତୀୟ (ETV Bharat Odisha)

ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ପୁରୀରେ ମଧ୍ୟ ପ୍ରବାସୀ ଭାରତୀୟଙ୍କୁ ଉତ୍ତମ ଆତିଥ୍ୟତା ପ୍ରଦାନ କରିବା ପାଇଁ ବିଚ୍ ଫେଷ୍ଟିଭାଲ ସହିତ ପୁଷ୍ପ ପ୍ରଦର୍ଶନୀ, ଆର୍ଟ ଏକ୍ଜିବିସନ, ହସ୍ତଶିଳ୍ପ ବଜାର ସହ ଫୁଡ୍ କୋର୍ଟ ମଧ୍ୟ କରାଯାଇଛି । ପୁରୀ ସହରକୁ ରଙ୍ଗୀନ ଆଲୋକ ମାଳାରେ ନବବଧୂ ପରି ସଜାଯାଇଛି । ପୁରୀକୁ ଆସୁଥିବା ପ୍ରବାସୀ ଭାରତୀୟ ମାନେ ଯେଭଳି ଏକ ସୁଖଦ ଏବଂ ନିଆରା ଅନୁଭୂତି ନେଇ ଫେରିବେ ସେନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ପ୍ରବାସୀ ଭାରତୀୟ
ପ୍ରବାସୀ ଭାରତୀୟ (ETV Bharat Odisha)

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.