ETV Bharat / state

ପୋଲିସକୁ ଦେଖିଲେ ଡରୁଛନ୍ତି ନବ ଦାସଙ୍କ ପୁଅ ବିଶାଲ ! IGଙ୍କୁ ମାଗିଲେ ସୁରକ୍ଷା - VISHAL DAS SEEK PROTECTION

ନବ ଦାସଙ୍କ ମାଲିକାନାରେ ଥିବା ଏକ ହୋଟେଲରେ ପୋଲିସର ଅଚାନକ ସର୍ଚ୍ଚ । ଆଇଜିଙ୍କୁ ଭେଟି ସୁରକ୍ଷା ମାଗିଲେ ପୁଅ ବିଶାଲ । ପ୍ରେସମିଟ କରି ବର୍ଷିଲେ ବିଧାୟିକା ଝିଅ ଦିପାଳୀ ।

ପୋଲିସକୁ ଦେଖିଲେ ଡରୁଛନ୍ତି ନବ ଦାସଙ୍କ ପୁଅ ବିଶାଲ ! IG ଙ୍କୁ ମାଗିଲେ ସୁରକ୍ଷା
ପୋଲିସକୁ ଦେଖିଲେ ଡରୁଛନ୍ତି ନବ ଦାସଙ୍କ ପୁଅ ବିଶାଲ ! IG ଙ୍କୁ ମାଗିଲେ ସୁରକ୍ଷା (ETV Bharat Odisha)
author img

By ETV Bharat Odisha Team

Published : 9 hours ago

ଝାରସୁଗୁଡା/ସମ୍ବଲପୁର: ଦିବଙ୍ଗତ ମନ୍ତ୍ରୀ ସ୍ବର୍ଗତଃ ନବ ଦାସଙ୍କ ପୁଅ ବିଶାଲ ଦାସ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି l ଆଇଜି ହିମାଂଶୁ ଲାଲଙ୍କୁ ଭେଟିବା ସହ ସେ ସୁରକ୍ଷା ମାଗିଛନ୍ତି, ସେ ବି କୌଣସି ମାଫିଆଙ୍କଠୁ ନୁହେଁ ବରଂ ଖୋଦ ପୋଲିସ ଠାରୁ । ବିଶାଲ କହିଛନ୍ତି, ଝାରସୁଗୁଡା ପୋଲିସର କାର୍ଯ୍ୟକଳାପରେ ତାଙ୍କୁ ଭୟ ଲାଗୁଛି । ନବଙ୍କ ମାଲିକାନାରେ ଥିବା ସମ୍ବଲପୁର-ଝାରସୁଗୁଡା ରାସ୍ତାରର ଭାଲୁପାଲି ସ୍ଥିତ ଏକ ହୋଟେଲରେ ପୋଲିସର ଅଚାନକ ଚଢାଉ ପରେ ବିଶାଲ ସିଧା ପୋଲିସ ବିରୋଧରେ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କୁ ଫେରାଦ ହୋଇ ଏପରି କହିଛନ୍ତି ।

  • ଆଇଜି ହିମାଂଶୁ ଲାଲଙ୍କୁ କଲେ ଅଭିଯୋଗ

ପୁଅ ବିଶାଲ ଦାସ ଆଜି ସନ୍ଧ୍ୟା ପ୍ରାୟ ସାଢେ 6ଟା ସମୟରେ ଉତ୍ତରାଞ୍ଚଳ ଆଇଜିଙ୍କ ଅଫିସରେ ପହଞ୍ଚିଥିଲେ l ବିନା କୌଣସି ସର୍ଚ୍ଚ ଓ୍ବାରେଣ୍ଟରେ ପୋଲିସ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ପ୍ରବେଶ କରି ସର୍ଚ୍ଚ କରିଛି । ଏପରିକି ସ୍ଥାନୀୟ ପୋଲିସ ସହ କିଛି ଅନଧିକୃତ ବ୍ୟକ୍ତି ମଧ୍ୟ ତାଙ୍କ ସମ୍ପତ୍ତିରେ ପ୍ରବେଶ କରିଥିଲେ । ତାଙ୍କର ଉକ୍ତ ସମ୍ପତ୍ତି ବିରୋଧରେ କୌଣସି ଅଭିଯୋଗ ହୋଇଛି କି, ତେବେ କେଉଁ ଉଦ୍ଦେଶ୍ୟରେ ଝାରସୁଗୁଡା ପୋଲିସ ଏପରି ସର୍ଚ୍ଚ ଅପରେସନ କଲା ବୋଲି ବଶାଲ ପ୍ରଶ୍ନ କରିଛନ୍ତି ।

ପୋଲିସକୁ ଦେଖିଲେ ଡରୁଛନ୍ତି ନବ ଦାସଙ୍କ ପୁଅ ବିଶାଲ ! IGଙ୍କୁ ମାଗିଲେ ସୁରକ୍ଷା (ETV Bharat Odisha)
  • ମୋତେ ଝାରସୁଗୁଡା ପୋଲିସ ଉପରେ ସନ୍ଦେହ ହେଉଛି: ବିଶାଲ

ଏନେଇ ବିଶାଲ କହିଛନ୍ତି," ଆଜି ଦିନ ପ୍ରାୟ 9ଟାରେ ଝାରସୁଗୁଡା ପୋଲିସ ଆମ ଡ଼ି’ଲଙ୍ଗ ହୋଟେଲ ପ୍ରିମିସେସକୁ ବିନା ସର୍ଚ୍ଚ ୱାରେଣ୍ଟରେ ପସିଛି l ଏହା ସହ ପୋଲିସ ସହ ଆଉ ବି କେତେକ ବ୍ୟକ୍ତି ଯେଉଁମାନେ ପୋଲିସ ନୁହନ୍ତି ସେମାନଙ୍କ ସହ ପ୍ରବେଶ କରି ସର୍ଚ୍ଚ କରିଛନ୍ତି l ଆଇଜିଙ୍କ ନିକଟରେ ମୋର ଅଭିଯୋଗ ଥିଲା ଯେ, ଦୁଇବର୍ଷ ପୂର୍ବେ ଯେଉଁ ଘଟଣା ମୋ ପରିବାର ସହ ଘଟିଥିଲା, ମୋତେ ଝାରସୁଗୁଡା ପୋଲିସ ଉପରେ ସନ୍ଦେହ ହେଉଛି । ସେମାନେ ମୋତେ ଖୋଜିବାକୁ ଆସିଥିଲେ ନା ଆଉ କାହାକୁ ଖୋଜିବାକୁ ଆସିଥିଲେ । ବିନା ସର୍ଚ୍ଚ ୱାରେଣ୍ଟରେ ବିନା ଇଣ୍ଟିମେସନରେ ଗୋଟିଏ ପ୍ରାଇଭେଟ୍‌ ପ୍ରପର୍ଟିକୁ କେମିତି ସେମାନେ ପ୍ରବେଶ କରିପାରିବେ ? ଏହି ଅଭିଯୋଗ ଆମେ ଦେବାକୁ ଆସିଥିଲୁ l ଯଦି ପୋଲିସ ବିନା ଓ୍ବାରେଣ୍ଟରେ ପ୍ରବେଶ କରିବ, ପରିବାର ସଦସ୍ୟ ଭୟଭୀତ ହେବେ । ସେଥିପାଇଁ ଆମେ ସୁରକ୍ଷା ମାଗିଛୁ l ମୋତେ ପୋଲିସକୁ ଡର ଲାଗୁଛି l’’

ପୋଲିସକୁ ଦେଖିଲେ ଡରୁଛନ୍ତି ନବ ଦାସଙ୍କ ପୁଅ ବିଶାଲ ! IGଙ୍କୁ ମାଗିଲେ ସୁରକ୍ଷା

  • ବାପାଙ୍କ ହତ୍ୟାକାଣ୍ଡର ଉଦାହରଣ ଦେଇ ପୋଲିସ ଉପରେ ବର୍ଷିଲେ ଦିପାଳୀ:-

ଏହି ପ୍ରସଙ୍ଗରେ ବିଶାଳ ପୋଲିସର ଦ୍ବାରସ୍ଥ ହୋଇଥିବା ବେଳେ ଭଉଣୀ ତଥା ଝାରସୁଗୁଡା ପୂର୍ବତନ ବିଧାୟିକା ଦିପାଳୀ ଦାସ ପ୍ରେସମଟ କରିଛନ୍ତି । ପୋଲିସର ଏହି ଚଢାଉ ପାଇଁ ସେ ସ୍ଥାନୀୟ ବିଧାୟକଙ୍କ ଆଡକୁ ଇଙ୍ଗିତ କରିଛନ୍ତି । ଆଜି ସମ୍ବଲପୁର ସ୍ଥିତ ତାଙ୍କ ହୋଟେଲକୁ ଲଇକେରା ଥାନା ଅଧିକାରୀ କିଛି ଗୁଣ୍ଡାଙ୍କ ସହିତ ବିନା ସର୍ଚ୍ଚ ୱାରେଣ୍ଟରେ ପଶି କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଖାନତଲାସ କରିଥିବା ଅଭିଯୋଗ ଆଣିଛନ୍ତି ଝାରସୁଗୁଡା ପୂର୍ବତନ ବିଧାୟିକା ଦିପାଲି ଦାସ ।

ଏହା ମଧ୍ୟ ପଢନ୍ତୁ :-

ପୋଲିସ ମିତ୍ର ହତ୍ୟାକାଣ୍ଡ: ମାଷ୍ଟରମାଇଣ୍ଡ ସହ ୫ ଗିରଫ, କାରଣ ପୂର୍ବ ଶତ୍ରୁତା - POLICE MIRTA MURDER CASE

BJP ନେତାଙ୍କୁ ଟ୍ରକ ଚଢାଇ ହତ୍ୟା ମାମଲା, 3 ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଡ୍ରାଇଭର

ଯାଜପୁର ସୁନା ଲୁଟ୍‌ ଓ ଗୁଳିକାଣ୍ଡ ଘଟଣା, ୨ ମୃତକଙ୍କୁ ସାହାସିକତା ପୁରସ୍କାର ଦାବି

ଦିପାଳୀ କହିଛନ୍ତି,‘‘ଗତ 29 ଜାନୁଆରୀ 2023 ରେ ସ୍ପଷ୍ଟ ଦିବାଲୋକରେ ମୋ ବାପା ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜନୈକ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିଥିଲେ । ଯେଉଁଥିପାଇଁ ଆମ ପରିବାର ଭୟଭୀତ ଅଛୁ । ଆଜି ପୋଲିସର ଏପରି ଘଟଣାକୁ ନେଇ ସନ୍ଦେହ ସୃଷ୍ଟି କରିବା ସହିତ ଆମେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଆସନ୍ତାକାଲି କିରିମିରା ବ୍ଲକ ନିର୍ବାଚନ ରହିଛି । ତା’ ପୂର୍ବରୁ ପୋଲିସର ଏଭଳି ପଦକ୍ଷେପ ଓ ତାହା ପୁଣି ଗୁଣ୍ଡାଙ୍କ ସାହାଯ୍ୟ ନେଇ ବ୍ୟକ୍ତିଗତ ସମ୍ପତି ଉପରେ ଖାନ ତଲାସୀ କରୁଛି ବିନା ୱାରେଣ୍ଟରେ । ଏହା ଗ୍ରହଣ କରିବା ଅସମ୍ଭବ ।"

  • କଣ କହିଲେ ଆଇଜି ହିମାଂଶୁ ଲାଲ:-

ବିଶାଲଙ୍କ ଅଭିଯୋଗ ଉପରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି, ‘ଏକ ମିସିଂ କେସରେ ପୋଲିସ ଉକ୍ତ ହୋଟେଲରେ ସର୍ଚ୍ଚ କରିଥିଲା । ତେବେ କେଉଁ ବ୍ୟକ୍ତି ନିଖୋଜ ରହିଛନ୍ତି ଓ ଏହି ଅଭିଯୋଗ କାହା ପକ୍ଷରୁ ହୋଇଛି, ତାହା ସେ ସ୍ପଷ୍ଟ କରିନାହାନ୍ତି ।

ଇଟିଭି ଭାରତ, ସମ୍ବଲପୁର ଓ ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.