ଭୋଟର ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଥୋତ୍ସବ ଅନୁଷ୍ଠିତ - ଦେବଗଡ଼ ଜିଲ୍ଲା ପ୍ରଶାସନର ଭୋଟର ସଚେତନତା

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 28, 2023, 10:02 PM IST

ଦେବଗଡ଼: ଆଜି ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ସବୁଜ ପତାକା ଦେଖାଇ ଏକ ସ୍ଵତନ୍ତ୍ର ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଉକ୍ତ ପଦଯାତ୍ରା ପୌରାଞ୍ଚଳର ବିଭିନ୍ନ ୱାର୍ଡ ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମତଦାତା ମାନେ କିପରି ସୁବିଧାର ସହିତ ମତଦାନ କରିପାରିବେ ଏବଂ ଦିବ୍ୟାଙ୍ଗମାନେ କିପରି ମତଦାନରୁ ବଞ୍ଚିତ ନ ହେବେ ସେ ଉପରେ ଗୁରୁତ୍ବାରୋପ କରିଥିଲେ ।  

ଏଥି ସହିତ ନୂତନ ଭୋଟରମାନେ କିପରି ତାଙ୍କର ନାମ ପଞ୍ଜିକରଣ କରିପାରିବେ ଏବଂ କୌଣସି ପ୍ରକାର ତୃଟି ଥିଲେ କିପରି ସଂଶୋଧନ କରିପାରିବେ ସେ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ବିଲୁଙ୍ଗ, ଡିଏଫଓ ମଗର ଧାନାଜୀ ରାଓସୋ, ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ ପଣ୍ଡା, ଉପ ଜିଲ୍ଲାପାଳ ପରୀକ୍ଷିତ ସାହୁ ସମ୍ମା‌ନିତ ଅତିଥି ଭାବେ ଯୋଗ ଦେଇ ଭୋଟରମାନଙ୍କ ସଚେତନତା ପାଇଁ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ପରିଚାଳନା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଙ୍ଗୋଲୀ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।  

ଏହା ବି ପଢନ୍ତୁ- ମାଲକାନଗିରିରେ ଭୋଟର ସଚେତନତା ରଥର ଶୁଭାରମ୍ଭ

ଉକ୍ତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଭୋଟରମାନେ ସାମିଲ ହୋଇ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହାପରେ ସଚେତନତା ପାଇଁ କବିତା ପାଠ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଭୋଟରମାନଙ୍କ ମଧ୍ୟରେ ସଚେତନତା‌ ପାଇଁ ବିଭାଗୀୟ ଷ୍ଟଲ ମଧ୍ୟ ଖୋଲାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ପୋଲିସ ବିଭାଗର କର୍ମଚା‌ରୀ, ଅଗ୍ନିଶମ ବିଭାଗର କର୍ମଚାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଛାତ୍ରଛାତ୍ରୀ, କଳାକାର, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜନସାଧାରଣମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.