ଡେଙ୍ଗୁ ମହାମାରୀ ନୁହେଁ, ଆତଙ୍କିତ ନହେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ - ସ୍ଵାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଜୟନ୍ତ ପଣ୍ଡା
🎬 Watch Now: Feature Video
Published : Aug 25, 2023, 8:29 PM IST
ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାକୁ ନେଇ ଆତଙ୍କିତ ହୋଇଛନ୍ତି ରାଜ୍ୟବାସୀ । ଏପରିକି ଡେଙ୍ଗୁ ଏକ ମହାମାରୀରେ ପରିଣତ ହୋଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହାରି ଭିତରେ ପ୍ରେସ୍ମିଟ୍ କରି ଡେଙ୍ଗୁ ନେଇ ଅପ୍ଡେଟ୍ ଓ ସତର୍କତା ଉପସ୍ଥାପନ କରିଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଜୟନ୍ତ ପଣ୍ଡା । ସେ କହିଛନ୍ତି, "ବର୍ଷା ପାଣି ଜମିବା ଯୋଗୁଁ ଡେଙ୍ଗୁ ବାହକ ଏଡିସ ମଶାମାନଙ୍କର ସମୟ ହେଉଛି ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ । ପ୍ରତିବର୍ଷ ଏହି ମାସ ଗୁଡିକରେ ହଜାର ହଜାର ଡେଙ୍ଗୁ ରୋଗୀ ଦେଖିବାକୁ ମିଳିଥାଆନ୍ତି । କିନ୍ତୁ କୋଭିଡ୍ ପରେ ଲୋକଙ୍କ ମଧ୍ୟରେ ସଚେତନତା ବଢିଛି । ସ୍ବାସ୍ଥ୍ୟ ବିଭାଗର ମଧ୍ୟ ପରୀକ୍ଷା ସଂଖ୍ୟା ଦୁଇ ଗୁଣା ବଢିଛି । ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ପଜିଟିଭିଟି ସଂଖ୍ୟା ବହୁତ କମ ରହିଛି । ତେଣୁ ପ୍ରତି ରୋଗୀ ସଠିକ ଭାବରେ ଚିକିତ୍ସିତ ହେଉଛନ୍ତି । ଭୟଭୀତ ହେବାର କୌଣସି କାରଣ ନାହିଁ । ଅନେକ ଲୋକ ହସ୍ପିଟାଲରେ ରହି ଚିକିତ୍ସିତ ହେବାକୁ ପସନ୍ଦ କରୁଛନ୍ତି । କିନ୍ତୁ ସମସ୍ତେ ଘରେ ରହି ମଧ୍ୟ ସୁସ୍ଥ ହୋଇପାରିବେ । ଡେଙ୍ଗୁ ପାଇଁ କୌଣସି ଔଷଧ ନାହିଁ । ରୋଗୀକୁ ଲକ୍ଷଣ ଅନୁସାରେ ଔଷଧ ଦିଆଯାଇଥାଏ । ୭ରୁ ୧୦ ଦିନ ମଧ୍ୟରେ ଔଷଧ ଦିଆଯାଇଥାଏ ।" ତେଣୁ କୌଣସି କଥା ବା ଗୁଜବରେ ବିଶ୍ଵାସ ନକରିବାକୁ ପରାମର୍ଶ ଦେଇଛନ୍ତି ପ୍ରଫେସର ଜୟନ୍ତ ପଣ୍ଡା ।
ଇଟିଭି ଭାରତ, ଭୁବନେଶ୍ବର