Watch: ଆସୁଛନ୍ତି ବିଘ୍ନରାଜ, ହାଇଦ୍ରାବାଦରେ ମନ ମୋହୁଛି ବିଭିନ୍ନ ମୁଦ୍ରାର ଗଣେଶ ମୂର୍ତ୍ତି

By ETV Bharat Odisha Team

Published : Sep 5, 2023, 10:57 PM IST

thumbnail

ହାଇଦ୍ରାବାଦ: ଆସୁଛି ଗଣେଶ ପୂଜା । ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା ଅନୁଷ୍ଠିତ ହେବ । ଚଳିତ ବର୍ଷ ସେପ୍ଟେମ୍ବର ୧୯ ତାରିଖରେ ପୂଜା ତିଥି ପଡୁଥିବା ବେଳେ ବିଭିନ୍ନ ସ୍ଥାନରେ ମୂର୍ତ୍ତି ଗଢା ଆରମ୍ଭ ହୋଇଛି । ତେବେ ବିଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି ଗଢା ଲାଗି ହାଇଦ୍ରାବାଦ ସହରର ନାମ ରହିଛି । ଆଉ ପୂଜାକୁ ମାତ୍ର କିଛି ଦିନ ଥିବା ବେଳେ ସହରର ରାସ୍ତାକଡ଼ରେ ଦେଖିବାକୁ ମିଳିଛି ପ୍ରଭୁ ଗଜାନନଙ୍କ ଆକର୍ଷଣୀୟ ମୂର୍ତ୍ତି । ମୂର୍ତ୍ତି କାରିଗରମାନେ ଗଣପତିଙ୍କ ବିଭିନ୍ନ ମୁଦ୍ରାର ମୂର୍ତ୍ତି ଗଠନ କରିଛନ୍ତି । ଯାହାକି ଖୁବ ଆକର୍ଷଣୀୟ ଦିଶୁଛି । ଛୋଟ ମୂର୍ତ୍ତିଠାରୁ ଆରମ୍ଭ କରି ବଡ଼ ବଡ଼ ମୂର୍ତ୍ତି ଗଠନ କରିଛନ୍ତି କାରିଗର । ଏଥିଲାଗି ମୂର୍ତ୍ତି ଦୋକାନରେ ଗ୍ରାହକଙ୍କ ବେଶ ଭିଡ଼ ଜମିଛି । ଜଣେ ଜଣେ ଦୋକାନୀ ଦୀର୍ଘ ୨୫ରୁ ୩୦ ବର୍ଷ ଧରି ମୂର୍ତ୍ତି ବିକ୍ରି କରିଆସୁଥିବା କହିଛନ୍ତି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.