thumbnail

By

Published : Dec 1, 2022, 9:14 PM IST

Updated : Feb 3, 2023, 8:34 PM IST

ETV Bharat / Videos

Konark Mahotsav 2022: ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟରେ ଝୁମିଲେ ଦର୍ଶକ

ପୁରୀ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କମ୍ପି ଉଠିଛି ଚନ୍ଦ୍ରଭାଗା ବେଳାଭୂମି । ଓଡ଼ିଶାର କଳା ସଂସ୍କୃତି, ନୃତ୍ୟରେ ଝୁମି ଉଠିଛି ପୁରା ପରିବେଶ । ଉଦଘାଟିତ ହୋଇଛି ଅର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ ୨୦୨୨ (Konark Mahotsav 2022)। ଆଜି ସନ୍ଧ୍ୟାରେ ଅନେକ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିଭୋର କରିଛନ୍ତି । ଅର୍ନ୍ତଜାତୀୟ ବାଲୁକା କଳା ଉତ୍ସବ ଆଜି ଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଆୟୋଜନ ପାଇଁ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି । ମହୋତ୍ସବର ପାଞ୍ଚ ଦିନ ମଧ୍ୟରେ ଓଡିଶୀ, ଭାରତ ନାଟ୍ୟମ ଓ ଶାସ୍ତ୍ରୀୟ ସଙ୍ଗୀତର ନାମିଦାମୀ କଳାକାରଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବ। ତା' ସହିତ ବିଭିନ୍ନ ଦେଶରୁ ଆସିଥିବା ବାଲୁକା କଳାକାରଙ୍କୁ ନେଇ ବାଲୁକା ଚିତ୍ର କଳା ଚନ୍ଦ୍ରଭାଗାରେ ପ୍ରଦର୍ଶନ ହେବ । ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.