କଟକରେ ବଳ ପୂର୍ବକ ନାବାଳିକା ବିବାହ, ଉଦ୍ଧାର କଲା CWC

By

Published : Jul 20, 2023, 4:02 PM IST

Updated : Jul 24, 2023, 2:57 PM IST

thumbnail

କଟକ: କଟକରେ ବାଲ୍ୟ ବିବାହ। ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ କଟକ ଗଡଗଡିଆ ମନ୍ଦିରରେ । ଆଠଗଡ଼ ଗୁରୁଡିଝାଟିଆ ଅଞ୍ଚଳର ଜଣେ ନାବାଳିକାକୁ ତାଙ୍କ ପରିବାର ଲୋକେ ଜୋର ଜବରଦସ୍ତ ମଧ୍ୟ ପ୍ରଦେଶର ଜଣେ ଯୁବକ ସହ ବିବାହ କରାଉଥିଲେ । ଏ ସମ୍ପର୍କରେ ନାବାଳିକାର ଅଜା ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଚାଇଲ୍ଡ ଲାଇନ ଘଟଣା ସ୍ଥଳରେ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲା । ହେଲେ ପୋଲିସ ପହଞ୍ଚିବା ବେଳକୁ ବର ଫେରାର ହୋଇଯାଇଥିବା ବେଳେ ଦୁଇ ଜଣ ଦଲାଲ୍ ସହ ପରିବାର ଲୋକଙ୍କୁ କ୍ୟାଣ୍ଟନମେଣ୍ଟ ଥାନାକୁ ଆଣିଥିଲେ।  

CWC ଅଧ୍ଯକ୍ଷ ପ୍ରମୋଦ କିଶୋର ଆଚାର୍ଯ୍ୟ କହିଛନ୍ତି, "ଗତକାଲି ଅପରାହ୍ନରେ କଟକ ଗଡ଼ଗଡ଼ିଆ ମନ୍ଦିରରେ ଏକ ନାବାଳିକାକୁ ବଳ ପୂର୍ବକ ବିବାହ କରଯାଉଥିଲା । ଯାହାର ଖବର ପାଇ CWC ଘଟଣା ସସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଛି  । ତା ସହିତ ସ୍ଥାନୀୟ ପୋଲିସର ସହାୟତାରେ ଦୁଇ ଜଣ ଦଲାଲଙ୍କୁ ଅଟକ ରଖା ଯାଇଛି । ବର୍ତ୍ତମାନ ସମୟରେ ଉକ୍ତ ନାବାଳିକାଙ୍କୁ ସିଡିଏ ବସୁନ୍ଧରାରେ ରଖାଯିବା ସହ ତାର ବୟାନ ରେକର୍ଡ ଶେଷ ହୋଇଛି । କାହିଁକି ଓ କେଉଁ ପରିସ୍ଥିତିରେ ଏହି ବିବାହ କରାଯାଉଥିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି ।  

ଇଟିଭି ଭାରତ, କଟକ

Last Updated : Jul 24, 2023, 2:57 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.