thumbnail

By

Published : Jun 24, 2023, 7:44 PM IST

ETV Bharat / Videos

ଘନେଇଲା ଯୁଦ୍ଧ ଆଶଙ୍କା, କେମିତି ଅଛି ଋଷର ସ୍ଥିତି ?

ମସ୍କୋ: ବିଗତ ଦିନରେ ପୁଟିନଙ୍କ ଖୁବ ନିକଟତର ଥିବା ୱାଗନର ସେନା ଏବେ ଖୋଲା ଆହ୍ୱାନ ଦେଇଛି। ରେସ୍ତୋଭା ଏବଂ ମସ୍କୋ ଆଦି ସହରର ରାସ୍ତାରେ ସୈନ୍ୟ ଛାଉଣୀ ହୋଇଥିବା ଦେଖିବାକୁ ମିଳିଛି। ଋଷର ରାଷ୍ଟ୍ରୀୟ ଆତଙ୍କବାଦ ବିରୋଧୀ ସମିତି ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ୱାଗନର ଗ୍ରୁପ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରୁଛି ପୁଟିନ ପ୍ରଶାସନ। 

ଗୋଟିଏ ପଟେ ଋଷୀୟ ନେତୃତ୍ବ ଭଙ୍ଗ କରିବାକୁ ଖୁଲମଖୁଲା ଚାଲେଞ୍ଜ ଦେଇଛି ୱାଗନର ସେନା। ଅନ୍ୟପଟେ ରୋସ୍ତୋଭା ସହରକୁ କବଜା କରିଥିବା ଦାବି କରିଛନ୍ତି ୱାଗନର ସେନା ମୁଖ୍ୟ ଯେଭେଜେନି ପ୍ରିଗୋଝିନ। ସହରରେ ୱାଗନର ଗ୍ରୁପର ପ୍ରବେଶ ପରେ ଭୟର ବାତାବରଣ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଗୁଳିମାଡ଼ ଓ ବିସ୍ଫୋରଣ ଜାରି ରହିଥିବାବେଳେ ସହରର ରାସ୍ତା ଏକ ପ୍ରକାର ଜନଶୂନ୍ୟ ହୋଇପଡିଛି। ଆକ୍ରମଣ ପ୍ରତିଆକ୍ରମଣ ପାଇଁ ଉଭୟ ସୈନ୍ୟବାହିନୀ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। 

ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କ ଉପରେ ଗମ୍ଭୀର ଆରୋପ ଲଦିଛନ୍ତି ଟ୍ରେନିଂ କ୍ୟାମ୍ପରେ ହୋଇଥିବା ମିଶାଇଲ ଆଟାକରେ ପାଖାପାଖି 2000ରୁ ଉର୍ଦ୍ଧ୍ବ ୱାଗନର ସୈନ୍ୟଙ୍କ ଜୀବନ ଯାଇଥିଲା। ଯେଉଁଥିପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାୟୀ କରିବା ସହ ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ଦାବି କରିଛନ୍ତି। ଅପରପକ୍ଷେ ଅଭିଯୋଗକୁ ଖଣ୍ଡନ କରିବା ସହ ଦେଶଦ୍ରୋହ ଅଭିଯୋଗରେ ପ୍ରିଗୋଝିନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛି ପୁଟିନ ପ୍ରଶାସନ। 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.