Asia Cup 2023: ଭାରତ-ପାକିସ୍ତାନ ମହାମୁକାବିଲା, ଟିମ୍ ଇଣ୍ଡିଆକୁ ଚିଅର କଲେ ଯୁବ କ୍ରିକେଟର - କ୍ରିକେଟ ପ୍ରେମୀଙ୍କ ମନରେ ଉତ୍ସାହ
🎬 Watch Now: Feature Video

Published : Sep 2, 2023, 1:05 PM IST
ରାଉରକେଲା: ଆଜି କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ଏହି କ୍ରିକେଟ ମ୍ୟାଚ ବିଶ୍ୱବାସୀଙ୍କ ନଜର ରହିଛି । ଏହି ହାଇଭୋଲଟେଜ ମ୍ୟାଚ ଦେଖିବା ଉତ୍ସାହିତ ରହିଛନ୍ତି ଫ୍ୟାନ୍ସ। । ଏହି ଅବସରରେ ରାଉରକେଲାଠାରେ ଟିମ ଇଣ୍ଡିଆକୁ ଚିୟର କରିବା ପାଇଁ ଏକାଠି ହୋଇଥିଲେ ସମସ୍ତ କ୍ରିକେଟର । ରାଉରକେଲା ୟୁଥ କ୍ରିକେଟ କ୍ଳବର ଖେଳାଳିମାନେ ଭାରତକୁ ଚିୟର କରିବା ସହ ଜିତିବା ନେଇ ଆଶା ରଖିଛନ୍ତି ।
ତେବେ କ୍ରିକେଟ ପ୍ରେମୀ ଏବଂ ଖେଳାଳିମାନେ କହିଛନ୍ତି, "ଆଜିର ମ୍ୟାଚ ଏକ ନିଆରା ମ୍ୟାଚ୍ ହେବ । ଏସିଆ କପରେ ଭାରତୀୟ କ୍ରିକେଟ ଦଳର ହାର୍ଟ ବୋଲାଉଥିବା କିଙ୍ଗ କୋହଲିଙ୍କୁ ଚମକିବାକୁ ପଡିବ ଏବଂ ଅପନିଂ ପାର୍ଟନର ଶିପ ରୋହିତ ଏବଂ ଶୁଭମନଙ୍କୁ ଭଲ କରିବାକୁ ପଡିବ। ଏବଂ ଅଲରାଉଣ୍ଡର ଭାବରେ ହାର୍ଦିକ ଓ ଖାସ କରି ଜାଡେଜାଙ୍କୁ ମଧ୍ୟ ନିଜର ବୋଲିଂ ବ୍ୟାଟିଂ ଏବଂ ଫିଲ୍ଡିଂରେ ଯାଦୁ ଦେଖାଇବାକୁ ପଡିବ।"
ତେବେ ବୁମରା, କୋହଲି ଏବଂ ଜାଡେଜା ସହ ସମ୍ପୂର୍ଣ୍ଣ ଟି୍ମ ଉପରେ ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜର ରହିଛି। "ଆଜି ନିଶ୍ଚିତ ଭାବରେ ଟିମ ଇଣ୍ଡିଆ ଜିତିବ" ବୋଲି କହି ଦମ୍ଭୋକ୍ତି ଦେଖାଇଛନ୍ତି ଫ୍ୟାନ୍ସ । ତେବେ ପାକିସ୍ତାନ ମଧ୍ୟ ନିଜର ପ୍ରଥମ ମ୍ୟାଚ ଭଲ ଖେଳିଥିବା ଦେଖିବାକୁ ମିଳିଥିଲା।
ଇଟିଭି ଭାରତ, ରାଉରକେଲା