ଗାଁରେ ଘରେ ପଶି ଧାନ ଚାଉଳ ଖାଇଲା ଝିଙ୍କ... ତାପରେ - crested porcupine in khurdha
🎬 Watch Now: Feature Video

Published : Jan 15, 2024, 10:03 PM IST
Crested Porcupine Rescued: ଖୋର୍ଦ୍ଧା : ଗାଁରୁ ଝିଙ୍କ ଉଦ୍ଧାର । ସଂରକ୍ଷିତ ଜଙ୍ଗଲରେ ଛାଡିଲା ବନବିଭାଗ । ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ସହିତ ଅସୁରକ୍ଷିତ ହୋଇ ପଡୁଛନ୍ତି ଜଙ୍ଗଲର ପଶୁ ଓ ପକ୍ଷୀ । ଜଙ୍ଗଲ କାଟି ସଫା କରିବା ଦ୍ବାରା ଜୀବଜନ୍ତୁ ଏବେ ଗ୍ରାମ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବନଖଣ୍ଡ ଅଧୀନସ୍ଥ ମାଣିବନ୍ଧ ଗ୍ରାମରୁ ଏକ ୪ଫୁଟ ଲମ୍ବ ୫ ବର୍ଷର ଝିଙ୍କଙ୍କୁ ବନବିଭାଗ ଉଦ୍ଧାର କରିଛି । ଆଜି ମାଣିବନ୍ଧ ଗ୍ରାମର ଗଜେନ୍ଦ୍ର ଖଟୁଆଙ୍କ ଘରେ ପଶି ଧାନ ଚାଉଳ ଖାଉଥିଲା । ଏହା ଦେଖିବା ପରେ ଗଜେନ୍ଦ୍ରଙ୍କ ପରିବାର ଲୋକ ପାଟି କରିଥିଲେ।
ଏହା ମଧ୍ୟ ପଢନ୍ତୁ...ବନ ବିଭାଗକୁ ସଫଳତା, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର
ଏନେଇ ବୋଲଗଡ ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କୁ ଖବର ଦେଇଥିଲେ। ଖବର ପାଇ ବନପାଳ ଏବଂ ବନରକ୍ଷକ ଅରୂପ ବେହେରା ଟିମ ସହିତ ଗଜେନ୍ଦ୍ରଙ୍କ ଘରକୁ ଆସି ଝିଙ୍କଟିକୁ ଉଦ୍ଧାର କରିବା ସହିତ ବୋଲଗଡ ସ୍ଥିତ ପାଞ୍ଚଗଡ଼ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା