ଦରଦାମ ବୃଦ୍ଧି ବିରୋଧରେ ଗର୍ଜିଲା CPIM, ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

🎬 Watch Now: Feature Video

thumbnail

By

Published : Jul 12, 2023, 6:41 PM IST

ରାଉରକେଲା: ଦରଦାମ ବୃଦ୍ଧିରେ ରାଉରକେଲା CPIM ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। କେନ୍ଦ୍ର ସରକାରକୁ CPIMର ଟାର୍ଗେଟ । ସରକାର ଲୋକଙ୍କୁ ହଇରାଣ କରିବା ପାଇଁ ଦରଦାମ ବୃଦ୍ଧି କରୁଛନ୍ତି ବୋଲି ଅଭିଯୋଗ କରିଛି CPIM । ବିଭିନ୍ନ ଦାବିକୁ ନେଇ ଆଜି ରାଉରକେଲା ଠାରେ ପାନପୋଷ ଉପ-ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ଏହାସହ ଦରଦାମ ନିୟନ୍ତ୍ରଣ ପାଇଁ ବିଭିନ୍ନ ପନ୍ଥା ଆବଲମ୍ବନ କରିବା ପାଇଁ ଦାବି କରିଛି ଦଳ । ଯେପରିକି, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ସହ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଉପରୁ GST ପ୍ରତ୍ୟାହାର । କଣ୍ଟ୍ରୋଲ ଜରିଆରେ ଚାଉଳ, ଗହମ, ଚିନି, କିରୋସିନ ପୂର୍ବପରି ଯୋଗାଇ ଦେବା । 

ଏହି ପ୍ରତିବାଦର ଆଉ ଏକ ଉଲ୍ଲେଖନୀୟ ଦିଗ ହେଲା ବସ୍ତି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନଧାରଣର ଉନ୍ନତି ଉପରେ ସିପିଆଇଏମ୍ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା । ପାନୀୟ ଜଳର ଅଭାବ, ରାସ୍ତାଘାଟର ଅଭାବ, ବିଜୁଳି ଯୋଗାଣ ଭଳି ସମସ୍ୟାର ତୁରନ୍ତ ସମାଧାନ କରିବା ଦାବି କରିଛି । 

ଅଧିକ ପଢନ୍ତୁ: ମହରଗ ଦୁନିଆରେ ମଧ୍ୟାହ୍ନ ଭୋଜନ ଟେନସନ୍; ପରିବା ଦର ଆକାଶଛୁଆଁ, ସ୍କୁଲରେ ପିଲା ଖାଇବେ କଣ ?

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.