ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ଅପୂର୍ବ ଦୃଶ୍ୟ ଦେଖି ଭିଜିଲା ଭକ୍ତ ଆଖି

By

Published : Jun 30, 2023, 8:10 AM IST

thumbnail

ପୁରୀ: ଆହା କି ଅପୂର୍ବ ଦୃଶ୍ୟ... ରଥାରୁଢ ତିନିଠାକୁରଙ୍କ ସୁନାବେଶ ଦେଖି କୃତ୍ୟ କୃତ୍ୟ ଏ ଭକ୍ତ । ମହାପ୍ରଭୁଙ୍କ ସୁନାବେଶକୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ରଥ ଉପରେ ମହଣ ମହଣ ସ୍ବର୍ଣ୍ଣାଳଙ୍କାରରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ତିନିଠାକୁର । ମହାପ୍ରଭୁଙ୍କ ଏହି ବେଶକୁ ଦର୍ଶନ କରି ଭକ୍ତ ବିମୋହିତ, ଆନନ୍ଦିତ ଓ ଭାବ ବିହ୍ବଳ ହେଇଛନ୍ତି । କାଳିଆ ଡୋରି ଲାଗିବା ଯୋଗୁଁ ସୁନା ବେଶ ଦର୍ଶନ ଲାଭ କରିଥିବା ଭକ୍ତ ଆଖି ଛଳ ଛଳ ହୋଇଛି । କିଛି ଭକ୍ତ ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ ଲାଭ କରିଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି ।

ଶ୍ରୀମନ୍ଦିର ପରିଚାଳନା କମିଟିର ପୁର୍ବ ନିର୍ଦ୍ଧାରିତ ନୀତିକାନ୍ତି ଅନୁଯାୟୀ ସଠିକ୍ ସମୟରେ ମହାପ୍ରଭୁଙ୍କ ନୀତି ହୋଇଥିଲା । ସଂଧ୍ୟା 5 ଟାରୁ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହୋଇଥଲା । ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ପାଇଁ ବଡଦାଣ୍ଡରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ଶୃଙ୍ଖଳିତ ଦର୍ଶନ ପାଇଁ ବଡଦାଣ୍ଡ ମାର୍କେଟ ଛକରୁ ବ୍ୟାରିକେଡ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ପାଇଁ 51 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଆଜି ଅଧରପଣା ନୀତି ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.