ରାଜ୍ୟରେ ସରକାରୀ କର୍ମଚାରୀ ଶାସନ କରୁଛନ୍ତି: ତାରାପ୍ରସାଦ

🎬 Watch Now: Feature Video

thumbnail

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଡ ଗଭର୍ଣ୍ଣାନ୍ସ ମନ୍ତବ୍ୟ ପ୍ରସଙ୍ଗରେ କଟାକ୍ଷ କରିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଡବଲ ଇଞ୍ଜିନ କଥାକୁ କାଟିବା ପାଇଁ ମୁଖ୍ୟମନ୍ତ୍ରୀ ଗୁଡ ଗଭର୍ଣ୍ଣାନ୍ସ କଥା କହିଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ସେ କହିଛନ୍ତି, "ରାଜ୍ୟରେ ଗଭର୍ଣ୍ଣାନ୍ସ ଅଛି କିନ୍ତୁ ଗୁଡ୍‌ ନାହିଁ । ଏଠାରେ ମନ୍ତ୍ରୀ, ବିଧାୟକ କିଛି କରିପାରିବେ ନାହିଁ । ବ୍ଲକ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସରକାରୀ ଅଧିକାରୀ ଚଳାଉଛନ୍ତି । ଲୋକବଳରେ କାମ ଚାଲୁ ରହିଛି ।" ଅନ୍ୟପଟେ ମହିଳାଙ୍କୁ ଅସମ୍ମାନ ନେଇ ବିଜେଡି ଉପରେ ବର୍ଷିଛି କଂଗ୍ରେସ । ମହିଳାଙ୍କ ପ୍ରତି ଅସମ୍ମାନକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । କଂଗ୍ରେସ, ବିଜେପି କିମ୍ବା ବିଜେଡି କୌଣସି ଦଳ ମହିଳାଙ୍କ ପ୍ରତି ଅସମ୍ମାନ ଆଚରଣ କଲେ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟକ କହିଛନ୍ତି । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.