ରାସ୍ତା ରକ୍ଷଣାବେକ୍ଷଣ ବ୍ୟୟ ବରାଦ ସମୁଦ୍ରକୁ ଶଙ୍ଖେ: ସନ୍ତୋଷ ସିଂ ସାଲୁଜା - ବିଧାନସବା ବଜେଟ ଅଧିବେଶନ
🎬 Watch Now: Feature Video
ଭୁବନେଶ୍ବର: ବିଧାନସଭା ପ୍ରଶ୍ନକାଳରେ ଆର୍ଥିକ ବର୍ଷ 2023-24ରେ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଦିଗରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଗ୍ରାମାଞ୍ଚଳ ରାସ୍ତାଗୁଡିକର ରକ୍ଷଣାବେକ୍ଷଣ ପାଇଁ ସରକାର ଦେଉଥିବା ଟଙ୍କା ସମୁଦ୍ରକୁ ଶଙ୍ଖେ । ବହୁତ କମ । ରାସ୍ତାର ଅବସ୍ଥା ବହୁତ ଖରାପ । ସରକାରଙ୍କ ଏଷ୍ଟିମେଟ କିଲୋମିଟର ପିଛା ହେଉଛି କିନ୍ତୁ କଳାହାଣ୍ଡି ବଲାଙ୍ଗୀର ଜିଲ୍ଲା ରାସ୍ତାଗୁ଼ଡିକ ଦବି ଯାଉଛି । ରାସ୍ତା ଗୁଡିକ ଅଳ୍ପ ଦିନରେ ଖରାପ ହେଉଛି । ରାସ୍ତାରେ ମୋଟର ସାଇକେଲ ଯିବା ସମ୍ଭବ ନୁହେଁ । ଏହାକୁ ପ୍ରାଥମିକତା ଦେବେ କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ବିଧାୟକ ସନ୍ତୋଷ ସିଂ ସାଲୁଜା । ଗ୍ରାମାଞ୍ଚଳ ରାସ୍ତାଗୁଡିକର ରକ୍ଷଣାବେକ୍ଷଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଏନେଇ ବଜେଟରେ 1158କୋଟି 81ଲକ୍ଷ ବ୍ୟୟ ବରାଦ ହୋଇଛି । ଅର୍ଥ ବିଭାଗର ଅନୁମୋଦନ ପରେ ଚୂଡାନ୍ତ ତାଲିକା ପରେ କାର୍ଯ୍ୟ ହାତକୁ ନିଆଯିବ । ଆରଡବ୍ଲ୍ୟୁ ଡିଭିଜନ ଟିଟିଲାଗଡ ଅନ୍ତର୍ଗତ ତୋରେଇକେଲା, ବଙ୍ଗମୁଣ୍ଡା ବ୍ଲକରେ ଖରାପ ଥିବା ରାସ୍ତାଗୁଡିକର କାର୍ଯ୍ୟ ହେବ । ପୂର୍ବରୁ ମଧ୍ୟ ବିଭାଗ ଏ ଦିଗରେ ଯତ୍ନବାନ ବୋଲି କହିଛନ୍ତି ପ୍ରୀତିରଞ୍ଜନ ଘଡାଇ ।