ବାରରେ ଠୁମକା ଲଗାଇଲେ କଂଗ୍ରେସ ନେତା ବାପି ସର୍ଖେଲ, ଭିଡିଓ ଭାଇରାଲ - ବାପି ସର୍ଖେଲ

🎬 Watch Now: Feature Video

thumbnail

By

Published : Jul 25, 2023, 2:00 PM IST

Updated : Jul 25, 2023, 2:58 PM IST

ପାରାଦ୍ବୀପ: ଝିଲମିଲ ଆଲୋକ ସାଙ୍ଗକୁ ଧୁମଧଡାକା ଗୀତ । ଆଉ ଗୀତର ତାଳେ ବାର୍‌ରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପର ବରିଷ୍ଠ ଶ୍ରମିକ ନେତା ତଥା ଆମ ପ୍ରଗତିର ପ୍ରତିଷ୍ଠାତା ଅରିନ୍ଦମ ସର୍ଖେଲ ଓରଫ ବାପି ସର୍ଖେଲ ଏକ ବାରରେ ଡ୍ୟାନ୍ସ କରୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହି ଭିଡିଓ କେଉଁଠି ସୁଟ୍‌ କରାଯାଇଛି ତାହା ସ୍ପଷ୍ଟ ହୋଇ ପାରିନଥିବା ବେଳେ ଏହା କିନ୍ତୁ ରାଜ୍ୟ ବାହାରର ଏକ ହୋଟେଲ୍‌ରେ ସୁଟ୍‌ କରାଯାଇଥିବା ଅନୁମାନ କରାଯାଉଛି । ଏକ ମଦ ବାରରେ ଯୁବତୀମାନଙ୍କ ସହ ବାପି ଡ୍ୟାନ୍ସ କରୁଥିବାର ଦୃଶ୍ୟକୁ ନେଇ ପାରାଦ୍ୱୀପରେ ଚର୍ଚ୍ଚା ଜୋର୍‌ ଧରିଛି । ଭିଡିଓକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ କମେଣ୍ଟ ଦେଖିବାକୁ ମିଳିଛି । ଏହି ଭିଡିଓକୁ ନେଇ ବାପି ସର୍ଖେଲଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ । ଦେଖନ୍ତୁ କିପରି ବାରରେ ଡ୍ୟାନ୍ସ କରୁଛନ୍ତି ବାପି ସର୍ଖେଲ ।

Last Updated : Jul 25, 2023, 2:58 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.