ଭକ୍ତଙ୍କ ଭାବାବେଗ ସହ ଖେଳା ନଯାଉ: କଂଗ୍ରେସ - କଂଗ୍ରେସ ସାମ୍ବାଦିକ ସମିଳନୀ
🎬 Watch Now: Feature Video
ଭୁବନେଶ୍ବର: ଶ୍ରୀମନ୍ଦିରରେ ଭକ୍ତମାନଙ୍କ ପାଇଁ ଧାଡ଼ି ଦର୍ଶନର ବ୍ୟବସ୍ଥା କରିବାକୁ ଦାବି କରିଛି କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ କଂଗ୍ରେସ ନେତା ତଥା ଦଳର ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏହି ଦାବି ଉଠାଇଛନ୍ତି । ସେ କହିଛନ୍ତି, "ମହାପ୍ରଭୁଙ୍କ ଭକ୍ତଙ୍କ ଭାବବେଗ ସହ ଖେଳା ନଯାଉ । ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହ ଶ୍ରୀଜୀଉଙ୍କ ଦର୍ଶନ କରନ୍ତୁ ।" ପୂର୍ବ କାଳରେ ଶ୍ରୀମନ୍ଦିରର ୪ ଦ୍ବାର ଖୋଲା ଯାଉଥିଲା । ଏବେ କାହିଁକି ଶ୍ରୀମନ୍ଦିରର ୪ ଦ୍ଵାର ଖୋଲା ଯାଉନି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏହା ସହିତ ରତ୍ନଭଣ୍ଡାର ଖୋଲା ନଯିବା ପ୍ରସଙ୍ଗକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ଦଳ । କଂଗ୍ରେସ ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି, "ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ରତ୍ନଭଣ୍ଡାର ଖୋଲାଯିବା ସହ ରତ୍ନର ତଥ୍ୟ ସଂଗ୍ରହ କରାଯାଇଥିଲା ।" ଏବେ କାହିଁକି ସରକାର ପଛଘୁଞ୍ଚା ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର