thumbnail

By

Published : Jul 14, 2023, 8:41 PM IST

ETV Bharat / Videos

WATCH VIDEO: କାଉଡିଆଙ୍କ ଉପରେ ପୁଷ୍ପ ବୃଷ୍ଟି କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: କାଉଡିଆଙ୍କ ଉପରେ ପୁଷ୍ପ ବୃଷ୍ଟି କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦିଲ୍ଲୀ-ମିରଟ ହାଇୱେରେ ହଜାର ହଜାର ସଂଖ୍ୟାରେ କାଉଡିଆମାନେ ଉପସ୍ଥିତ ଥିବା ବେଳେ ସେଠାରେ ପହଞ୍ଚିଥିଲେ ଯୋଗୀ । ଶିବଭକ୍ତମାନଙ୍କୁ ଭେଟିବା ସମୟରେ ସେମାନଙ୍କ ଉପରେ ପୁଷ୍ପ ବର୍ଷା କରିଥିବା ଦେଖିବାକୁ ମିଳିଥିଲା । ପବିତ୍ର ଶ୍ରାବଣ ମାସ ଜାରି ଥିବା ବେଳେ ଅନେକ ସଂଖ୍ୟାରେ ଶିବଭକ୍ତ ଦେଶର କୋଣ ଅନୁକୋଣରେ ଦେଖିବାକୁ ମିଳୁଛନ୍ତି । ଏମାନେ ବିଭିନ୍ନ ଜଳାଶୟରୁ ପାଣି ଭରି ଦେବଦେବ ମହାଦେବଙ୍କ  ଅଭିଷେକ କରୁଛନ୍ତି । ଏଥିଲାଗି ଅନେକ ସ୍ଥାନରେ ବୋଲବମଧାରୀଙ୍କୁ ଦେଖିବାକୁ ମିଳୁଛି । କାଉଡିଆଙ୍କ ସେବା କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ଏନେଇ ବିଭିନ୍ନ ସ୍ଥାନରେ ଶିବିରର ଆୟୋଜନ କରାଯାଇଛି । ଏଠାରେ ରହି ରାତ୍ରିଯାପନ କରିଥାଆନ୍ତି ଶୈବଭକ୍ତ । ଆଉ ଏହି ଶ୍ରଦ୍ଧାଳୁଙ୍କ ସେବା କରିବା ଲାଗି ବଡ଼ ବଡ଼ିଆଙ୍କୁ ଦେଖିବାକୁ ମିଳେ । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ଦୃଶ୍ୟ ସାମ୍ନାକୁ ଆସିଛି । ସେ ଶ୍ରଦ୍ଧାଳୁଙ୍କୁ ପୁଷ୍ପ ଅର୍ପଣ କରି ଏକ ପ୍ରକାର ସମ୍ମାନ ଜଣାଇଛନ୍ତି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.