ସୋନିଆ ଗାନ୍ଧିଙ୍କ ପାଦ ଛୁଇଁଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ - ପ୍ରିୟଙ୍କା ଗାନ୍ଧି
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 7, 2023, 4:17 PM IST
ହାଇଦ୍ରାବାଦ: ତେଲେଙ୍ଗାନାରେ କଂଗ୍ରେସ ସରକାରର ଶପଥ ସମାରୋହରେ ନିଆରା ଦୃଶ୍ୟ । ସୋନିଆ ଗାନ୍ଧିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ନୂଆ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀ । ଆଜି ହାଇଦ୍ରାବାଦ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ସରକାରର ଶପଥ ସମାରୋହ । ମୁଖ୍ୟମନ୍ତ୍ରୀ ରେବନ୍ତ ଶପଥ ନେବା ପରେ, ନିଜ ପତ୍ନୀ ଏବଂ ପରିବାର ସଦସ୍ୟମାନେ ଷ୍ଟେଜ୍ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସାକ୍ଷାତ କରିଥିଲେ । ମୁଖ୍ୟମନ୍ତ୍ରୀ ରେବନ୍ତ ପତ୍ନୀ ଗୀତା ରେଡ୍ଡିଙ୍କ ହାତ ଧରି ମାଡାମ ସୋନିଆ ଗାନ୍ଧିଙ୍କ ନିକଟକୁ ନେଇ ଯାଇଥିଲେ । ଦୁହେଁ ସୋନିଆଙ୍କ ପାଦ ଛୁଇଁ ପ୍ରମାଣ କରିଥିଲେ । ପରେ ସେମାନେ ରାହୁଲ ଏବଂ ପ୍ରିୟଙ୍କାଙ୍କ ନିକଟକୁ ଯାଇ ହାତ ମିଳାଇଥିଲେ । ରେବନ୍ତ ରେଡ୍ଡି, ନିଜର ପରିବାର ସଦସ୍ୟଙ୍କୁ ସୋନିଆଙ୍କ ସହ ପରିଚୟ କରାଇ ଥିଲେ । ଶପଥ ସମାରୋହରେ ସୋନିଆଙ୍କ ପରିବାର ସହ ରେବନ୍ତଙ୍କ ପରିବାରର ସାକ୍ଷାତକୁ ଉପଭୋଗ କରିଥିଲେ ଉପସ୍ଥିତ ଜନତା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ