ସ୍ୱଚ୍ଛତା ବାର୍ତ୍ତା ନେଇ ବାଲୁକାକଳାରେ ସଚେତନତା - ବାଲୁକା ଚିତ୍ରକଳା ମାଧ୍ୟମରେ ସ୍ୱଚ୍ଛତା ବାର୍ତ୍ତା

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 27, 2023, 10:18 PM IST

ପୁରୀ: ସ୍ୱଚ୍ଛତା କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଅଛି। ସ୍ୱଚ୍ଛତାକୁ ନେଇ ଲୋକଙ୍କ ମଧ୍ଯରେ ସଚେତନତା ପାଇଁ ଉଦ୍ୟମ କରିଛନ୍ତି 
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। ଏହାକୁ ପ୍ରାଧାନ୍ୟ ଦେଇ ପୁରୀ ବେଳାଭୂମିରେ  ନିର୍ମାଣ କରିଛନ୍ତି ବାଲୁକା କଳା।


ଏବେ 15 ସେପ୍ଟେମ୍ବରରୁ 2 Octobar ପର୍ଯ୍ୟନ୍ତ ସାରା ଦେଶରେ ସ୍ୱଛତାର ସ୍ଲୋଗାନରେ ସାରା ଭାରତକୁକୁ ସ୍ଵଛ ରଖିବା ପାଇଁ ସମସ୍ତେ ପ୍ରୟାସ କରୁଛନ୍ତି । ଏହି ପ୍ରୟାସରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ନିଜ ଶ୍ରମଦାନ କରି ସାରା ବିଶ୍ୱକୁ ନିଜ ବାଲୁକା କଳା ମାଧ୍ୟମ ସ୍ୱଛତା ର ବାର୍ତ୍ତା କୁ ପ୍ରସାର ଏବଂ ପ୍ରଚାର କରିଛନ୍ତି ।ସେ ପୁରୀ ବେଳାଭୂମିରେ 20ଫୁଟ ଓସାର 8 ଫୁଟ ଉଚତା ବିଶିଷ୍ଟ ବାଲୁକା ମୂର୍ତ୍ତି ତିଆରି କରିଛନ୍ତି । ଏହି ବାଲୁକା ମୂର୍ତ୍ତିକୁ Nalco CMD ଶ୍ରୀ ଶ୍ରୀଧର ପାତ୍ର ଉଦଘାଟନ କରିଛନ୍ତି ।ତେବେ ଏହାକୁ ପ୍ରସ୍ତୁତ କରିବାକୁ ମାନସଙ୍କୁ 10 ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ 20 ଟନ ବାଲି ଉପଯୋଗ କରିଛନ୍ତି  ଏବଂ ସାରା ବିଶ୍ୱକୁ "ସ୍ୱଛତା ହିଁ ସେବା" ର ବାର୍ତ୍ତା ଦେଇ ନିଜ ପରିବେଶକୁ ନିଜେ ସ୍ଵଛ ରଖିଲେ ସାରା ସମାଜ ଏବଂ ପରିବେଶ ସ୍ୱଛତା ପୂର୍ଣ୍ଣ ରହିବା ସହିତ ଏକ ସୁନ୍ଦର ସୁସ୍ଥ ପରିବେଶ ସୃଷ୍ଟି ହୋଇ ପାରିବର ବାର୍ତ୍ତା ଦେଇଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ...ସ୍ଵଚ୍ଛତାର ବାର୍ତ୍ତା ବାଣ୍ଟିଲେ ବନ ବିଭାଗ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.