RathaKhala Halchal: ତୁମ୍ବରେ ଅଖ ସଂଯୋଗ ପାଇଁ ପନ୍ଧାରୀ ଗାଡ ନିର୍ମାଣ ଜାରି

By

Published : May 3, 2023, 4:42 PM IST

thumbnail

ପୁରୀ: ଆସୁଛି ବିଶ୍ବନିୟନ୍ତଙ୍କ ଘୋଷଯାତ୍ରା । ବିଶ୍ବବ୍ରହ୍ମାଣ୍ଡଙ୍କ ବଡ ଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ । ଭୋଇ କମାର ସମେତ ବିଭିନ୍ନ ସେବକ ମାନେ ପ୍ରଭୁଙ୍କ ରଥ ନିର୍ମାଣରେ ନିମଗ୍ନ । ସକାଳୁ ସଂଧ୍ୟା ଯାଏଁ ଶ୍ରୀକ୍ଷେତ୍ର ପୁରୀ ରଥଖଳା ଚଳଚଞ୍ଚଳ । ରଥ ନିର୍ମାଣ କାର୍ଯ୍ୟ ଆଜି 11 ଦିନରେ ପହଞ୍ଚିଥିବା ବେଳେ ତୁମ୍ବରେ ଅଖ ସଂଯୋଗ ପାଇଁ ପନ୍ଧାରୀ ଗାଡ ନିର୍ମାଣ ଜାରି ରହିଛି । ସେବକମାନେ ସକାଳ ୮.୦୦ ଟାରୁ ରଥଖଳାରେ କାର୍ଯ୍ୟ ଆରମ୍ଭ କରୁଛନ୍ତି । ଦୈନନ୍ଦିନ ଉପସ୍ଥାନ ପକାଇ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଛି । ଗତକାଲି ତିନିରଥର ୪୨ ଗୋଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷହୋଇଥିଲା । ଆଜି ତିନିରଥର ତୁମ୍ବଗୁଡିକରେ ଅର କଣ୍ଟା ବାଡ଼ିଆ ପାଇଁ ତିନି ରଥର ମହାରଣାମାନେ ତୂମ୍ବରେ ଅଗର ବିନ୍ଧ କରୁଛନ୍ତି । ଏଥିସହ ତିନି ରଥର ମହାରଣା ମାନେ ମାପ ପ୍ରକାରେ ତୁମ୍ବ ବିନ୍ଧଗୁଡ଼ିକୁ ନିହଣ ଦ୍ବାରା ସାଇଜ୍‌ କାର୍ଯ୍ୟ ଜାରି ରଖିଛନ୍ତି । ଏତଦ ବ୍ୟତୀତ ଆଜି ତୁମ୍ବଗୁଡିକରେ ଅଖ ସଂଯୋଗ ପାଇଁ ପନ୍ଧାରୀ ଗାଡ଼ ନିର୍ମାଣ କାର୍ଯ୍ୟ ତିନିରଥର ମହାରଣା ମାନେ ଜାରି ରଖିଛନ୍ତି । ସେପଟେ ଦୋଳବେଦୀର ଅସ୍ଥାୟୀ କମାର ଶାଳରେ ତିନିରଥର କମାର ସେବକମାନେ ତିନିରଥର ଚକ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି । ଏଥି ସହିତ ତିନିରଥର ୪୨ ଗୋଟି ତୁମ୍ବପାଇଁ ପନ୍ଧାରୀ ବଳା କାର୍ଯ୍ୟ ଜାରି ରଖିଛନ୍ତି । ଆସନ୍ତା କାଲି ନୃସିଂହ ଚତୁର୍ଦ୍ଦଶୀ । ଏହି ଅବସରରେ ଗୁଜ ଅନୁକୂଳ ହେବ ।  

ଇଟିଭି ଭାରତ ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.