ପଛରୁ ଆସୁଥିଲା ଟ୍ରେନ୍, ହଠାତ୍ ଟ୍ରାକ ଉପରେ ପଡିଗଲେ ବୃଦ୍ଧ ! - ମାଡି ଆସୁଥିଲା ଦୃତଗାମୀ ଟ୍ରେନ
🎬 Watch Now: Feature Video
ଥିରୁଅନନ୍ତପୁରମ: ରେଳ ଧାରଣାରେ ପଡିଥିଲେ ବୃଦ୍ଧ । ମାଡି ଆସୁଥିଲା ଦୃତଗାମୀ ଟ୍ରେନ । ସମ୍ଭାବ୍ୟ ମୃତ୍ୟୁକୁ ଥିଲା ମାତ୍ର କେଇ ସେକେଣ୍ଡ ବାକି । ଏପରି ସମୟରେ ହଠାତ ଦେବଦୂତ ସାଜି ଆସିଲେ ଜଣେ ଯୁବକ । ବୃଦ୍ଧଙ୍କୁ ଟ୍ରେନ ସମ୍ମୁଖରୁ ଟାଣି ଆଣିଲେ ଯୁବକ । ଅଳ୍ପକେ ରକ୍ଷା ପାଇଗଲା ବୃଦ୍ଧଙ୍କ ଜୀବନ । ଏପରି ଏକ ଲୋମଟାଙ୍କୁରା ଘଟଣା କେରଳର କୋଲାମରେ ଘଟିଛି । ନିକଟରେ ଲାଗିଥିବା ସିସିଟିଭିରେ ଏସମସ୍ତ ଦୃଶ୍ୟ ରେକର୍ଡ ହୋଇଛି । ଯାହା ଦେଖିବା ପରେ ଆପଣ ବି କହିବେ ଅଳ୍ପକେ ବଞ୍ଚିଗଲା ଜୀବନ । ତେବେ ସୂଚନା ଅନୁଯାୟୀ ମାର୍ଚ୍ଚ ୪ ତାରିଖ ସକାଳ ୪ଟା ୩୦ରେ ଏକ ୭୨ ବର୍ଷିୟ ବୃଦ୍ଧ ତାଙ୍କ ଭିନ୍ନକ୍ଷମ ସ୍ତ୍ରୀଙ୍କ ପାଇଁ ଚା‘ କିଣିବାକୁ ଯାଇଥିଲେ । ଏହ ସମୟରେ ସେ ରେଲୱେ ଟ୍ରାକରେ ପଡିଯାଇଥିଲେ । ସେ ଉଠିବାର ଶତ ଚେଷ୍ଟା କରିଥିବା ପରେ ମଧ୍ୟ ଉଠିପାରୁ ନଥିଲେ । ଅବଦୁଲ ରେହମନ ନାମକ ଜଣେ ବ୍ୟକ୍ତି ଦେବଦୂତ ସାଜି ତାଙ୍କୁ ଠିକ ସମୟରେ ରେଲୱେ ଟ୍ରାକ ଉଦ୍ଧାର କରିଥିଲେ । ତେବେ ଅବଦୁଲଙ୍କ ଏପରି ଦୁଃସାହସିକ କର୍ଯ୍ୟ ପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଆ ଛୁଟିଛି ।
ବ୍ୟୁରାେ ରିପୋର୍ଟ, ଇଟିଭି ଭାରତ