thumbnail

By

Published : Nov 7, 2022, 9:50 PM IST

Updated : Feb 3, 2023, 8:31 PM IST

ETV Bharat / Videos

କର୍କଟ ନିରୂପଣ ହିଁ ରୋଗରୁ ମୁକ୍ତି: କ୍ୟାନ୍ସର ବିଜୟିନୀ ସ୍ୱାଗତିକା

କଟକ: ଆଜି ହେଉଛି ଜାତୀୟ କ୍ୟାନ୍ସର ସଚେତନତା ଦିବସ । ଆଜିର ସମୟରେ ବହୁଳ ମାତ୍ରାରେ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ଯାହାର କାରଣ କେବଳ ସଚେତନତାର ଅଭାବ । ଯେପିରକି କିଛି ବି ଯଦି ଶରୀରରେ କର୍କଟ ରୋଗ ସମ୍ବନ୍ଧୀୟ ସନ୍ଦେହ ହେଉଛି ତେବେ ସଙ୍ଗେ ସଙ୍ଗେ ପରୀକ୍ଷା କରାଇବା ଆବଶ୍ୟକ। ଯାହା ଫଳରେ ରୋଗର ସଠିକ ଉପଚାର ହେବା ସହ ନିରାକରଣ ମଧ୍ୟ ହୋଇପାରିବ। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି କର୍କଟ ହେଲା ମାନେ ମଣିଷ ମୃତ୍ୟୁମୁଖରେ ପଡିବା ନିଶ୍ଚୟ । କିନ୍ତୁ ତାହା ଭାବିବା ଭୁଲ। ବର୍ତ୍ତମାନ ସମୟରେ ମେଡିକାଲ ସାଇନ୍ସ ଏତେ ଆଗକୁ ଗଲାଣି ଯେ ସବୁ କିଛି ସମ୍ଭବ ହୋଇପାରୁଛି। ତେଣୁ ସମୟ ଅପଚୟ ନକରି ଶରୀରରେ କ୍ୟାନ୍ସର ସନ୍ଦେହ ହେବା ମାତ୍ରେ ପରୀକ୍ଷା କରେଇନବା ଆବଶ୍ୟକ। ତେବେ ଯାଇ ଆମେ କର୍କଟ ବିପକ୍ଷ ଲଢେଇରେ ବିଜୟ ହେବା ଓ ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବା ବୋଲି କହିଛନ୍ତି କ୍ୟାନ୍ସର ବିଜୟନୀ ସ୍ବାଗତିକା ଆଚାର୍ଯ୍ୟ । ଇଟିଭି ଭାରତ, କଟକ
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.