ବ୍ରାଉନସୁଗାର ମାଫିଆକୁ 10ବର୍ଷ ଜେଲ: ଏକ ଲକ୍ଷ ଜରିମନା

By ETV Bharat Odisha Team

Published : Dec 22, 2023, 10:45 PM IST

thumbnail

Brown Sugar mafia sentenced ଖୋର୍ଦ୍ଧା: ବ୍ରାଉନସୁଗାର ମାଫିଆକୁ ଜେଲ । ଆଜି(ଶୁକ୍ରବାର) ଏକ ବ୍ରାଉନସୁଗାର ଜବତ ମାମଲା ବିଚାର କରି  ଅତିରିକ୍ତ ଜିଲ୍ଲା ଜଜ୍ ଅଜୟ କୁମାର ପ୍ରଧାନ ଅଭିଯୁକ୍ତ ରାଜେନ୍ଦ୍ର କୁମାର ପୃଷ୍ଟିକୁ ୧୦ ବର୍ଷ ଜେଲ ଦଣ୍ଡ ସମେତ ଏକ ଲକ୍ଷ ଟଙ୍କା ଜରିମନା ଆଦେଶ ଦେଇଛନ୍ତି । ଜରିମନା ଅନାଦେୟ ହେଲେ ଅଭିଯୁକ୍ତକୁ ଅତିରିକ୍ତ ଏକ ବର୍ଷ କାରଗାରରେ ରହିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ମାମଲାକୁ ପରିଚାଳନା କରୁଥିବା ସରକାରୀ ଆଇନଜୀବୀ ରଜନୀକାନ୍ତ ପଟ୍ଟନାୟକଙ୍କ ସୂଚନା ମୁତାବକ ଗତ ବର୍ଷ ଫେବୃଆରୀ ମାସ 25 ତାରିଖ ଫରେଷ୍ଟ କଲୋନୀ ନିକଟରେ ଏକ ପରିବା ଦୋକାନରେ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରିଥିଲେ । ଏ ସମୟରେ ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଅଞ୍ଚଳ ଲକ୍ଷ୍ମଣ ପୃଷ୍ଟିଙ୍କର ପୁଅ ଅଭିଯୁକ୍ତ ରାଜେନ୍ଦ୍ର ନିକଟରୁ 279 ଗ୍ରାମ ଏବଂ 1 ଲକ୍ଷ 13 ହଜାର ଟଙ୍କା ଜବତ କରିଥିଲା ।ଏ ଘଟଣାରେ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ତେବେ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତିକରି ଆଜି ଏହି ମାମଲାର ରାୟ ଶୁଣାଇଛନ୍ତି କୋର୍ଟ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.