Popularity of PM Modi: ମୋଦିଙ୍କ କଟଆଉଟରେ ଲାଗିଥିବା ପାଣିକୁ ଗାମୁଛାରେ ପୋଛିଲେ ବୃଦ୍ଧ, ଭିଡିଓ ଭାଇରାଲ - ମୋଦିଙ୍କ କଟଆଉଟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18313388-thumbnail-16x9-modi.jpg)
ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଖାଲି ଦେଶରେ ନୁହେଁ, ବିଶ୍ବରେ ମଧ୍ୟ ତାଙ୍କୁ ନେଇ ବେଶ ଚର୍ଚ୍ଚା । ତାଙ୍କ ନେତୃତ୍ବରେ ଭାରତ ଅନେକ ପ୍ରସିଦ୍ଧି ହାସଲ କରିଥିବା ବେଳେ ଏହାକୁ ବିଶ୍ବନେତା ମଧ୍ୟ ପ୍ରଶଂସା କରିଥାନ୍ତି । ଅନେକ ସର୍ଭେରେ ମଧ୍ୟ ବିଶ୍ବର ଲୋକପ୍ରିୟ ନେତାଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାର ଏକ ଝଲକ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି । ଯେଉଁଠି ଜଣେ ବିଜେପି ନେତା ବର୍ଷା ପାଣିରେ ଭିଜିଯାଉଥିବା ପ୍ରଧାନମନ୍ତ୍ରୀଙ୍କ କଟଆଉଟକୁ ନିଜ ଗାମୁଛାରେ ପୋଛି ଦେଉଛନ୍ତି । ଦେବନହଲିରେ ବିଜେପିର ରୋଡ ଶୋ' ଯୋଗୁଁ ରାସ୍ତାକଡ଼ରେ ପ୍ରଧାନମନ୍ତ୍ରୀଙ୍କ କଟଆଉଟ ଲାଗିଛି । ସେପଟେ ଆସନ୍ତା ୨୮ ତାରିଖରେ ମୋଦି କର୍ଣ୍ଣାଟକକୁ ଗସ୍ତ କରିବେ । ଏଥିଲାଗି ରାସ୍ତାକଡ଼ରେ ମୋଦିଙ୍କ କଟ୍ଆଉଟ୍ ଲାଗିଛି । ତେବେ ଏହି କଟ୍ଆଉଟ୍ରେ ବର୍ଷା ପାଣି ଲାଗିଥିବା ବେଳେ ବିଜେପି ନେତା ଜଣକ ଏହାକୁ ପୋଛି ଦେଉଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।