ମହୁଆ ମାମଲାରେ ଅପରାଜିତାଙ୍କ ପ୍ରତିକ୍ରିୟା: ‘ଗ୍ରହଣୀୟ ନୁହେଁ ଅନୈତିକ ଆଚରଣ, ମୁଁ ବି ଜଣେ ମହିଳା' - ବହିଷ୍କାର

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 9, 2023, 1:25 PM IST

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଲୋକସଭାରୁ ବହିଷ୍କୃତ ହୋଇଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା । ବିରୋଧୀ ଦଳ ମହୁଆଙ୍କ ସପକ୍ଷରେ ବାହାରିଥିବା ବେଳେ, ଜବାବ ରଖିଛନ୍ତି ଏଥିକ୍ସ କମିଟି (ସଦାଚାର କମିଟି) ସଦସ୍ୟା ତଥା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିରୋଧୀ ଦଳଗୁଡ଼ିକ ଉପରେ ପାଲଟା ଆକ୍ରମଣ କରି ଅପରାଜିତା କହିଛନ୍ତି ଯେ, ଏହି ପରିପେକ୍ଷୀରେ ଯେଉଁମାନେ ମହୁଆଙ୍କ ସପକ୍ଷରେ ବାହାରୁଛନ୍ତି, ମାନେ ପ୍ରକୃତରେ ମହୁଆଙ୍କ ସହିତ ଛିଡ଼ା ହୋଇନାହାନ୍ତି । ସେମାନେ ଜଣେ ବ୍ୟକ୍ତିର ଅନୈତିକ ଆଚରଣ ଏବଂ ସଂସଦୀୟ ପ୍ରକ୍ରିୟା ଅନୁପାଳନ କରୁନଥିବା ବ୍ୟକ୍ତିକୁ ସାଥ୍ ଦେଇଛନ୍ତି । ଅନୈତିକ ଆଚରଣ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ । ଅପରାଜିତା କହିଛନ୍ତି ଯେ, ମୁଁ ବି ଜଣେ ମହିଳା । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ସମେତ ସମସ୍ତ ବିରୋଧୀ ସଦସ୍ୟ ଶସ୍ତା ରାଜନୀତି ନକରିବାକୁ ଆହ୍ବାନ ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ, ଏଥିକ୍ସ କମିଟି ରିପୋର୍ଟ ଆଧାରରେ ଗତକାଲି ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଛି।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.