thumbnail

By ETV Bharat Odisha Team

Published : Dec 27, 2023, 1:21 PM IST

ETV Bharat / Videos

ରାହୁଲଙ୍କ ନ୍ୟାୟ ଯାତ୍ରାର ଜବାବ ଦେବେ ଜନତା: ବିଜେପି ନେତା ନଳୀନ କୋହଲି

ଗୌହାଟୀ (ଆସାମ): ଜାନୁଆରି 15ରୁ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଭାରତ ଯୋଡ଼ ଯାତ୍ରା ପରେ ଭାରତ ନ୍ୟାୟ ଯାତ୍ରାରେ ବାହାରିବେ ରାହୁଲ। 2024 ନିର୍ବାଚନ ପୂର୍ବରୁ ରାହୁଲ ନ୍ୟାୟ ଯାତ୍ରା ଆରମ୍ଭ କରୁଥିବା ବେଳେ, ଏହା ଉପରେ ଜବାବ ରଖିଛନ୍ତି ବିଜେପି ନେତା ନଳୀନ କୋହଲି । ସେ  କହିଛନ୍ତି ଯେ, ଜାନୁଆରି 15 କିମ୍ବା ଏହାର ଆଖପାଖରେ ରାହୁଲ ଗାନ୍ଧି  ସାଧାରଣତଃ ଏକ ଅନ୍ତର୍ଜାତୀୟ ଯାତ୍ରାରେ ଯାଆନ୍ତି କିମ୍ବା ଛୁଟିରେ ଥାଆନ୍ତି । ଏହା ପରେ ଯାତ୍ରା ମାଧ୍ୟମରେ ସେ ନିଜର ଉପସ୍ଥିତି ଜାହିର କରିବାକୁ ଚାହୁଁଥାଇ ପାରନ୍ତି । ପ୍ରକୃତ କଥା ହେଉଛି ନ୍ୟାୟ କଣ ? ନ୍ୟାୟ ହେଉଛି ଯାହା କରି ଦେଖାଇ ଯାଇଥାଏ, ନ୍ୟାୟ କେବଳ ସ୍ଲୋଗାନବାଜୀ ନୁହେଁ । ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରାର ଜବାବ ଜନତା ଦେବେ ବୋଲି କହିଛନ୍ତି ନଳୀନ କୋହଲି । 2022ରେ ରାହୁଲ ଗାନ୍ଧି ଭାରତ ଯୋଡ଼ ଯାତ୍ରାରେ କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା କରିଥିଲେ । ଏଥର ଭାରତ ନ୍ୟାୟ ଯାତ୍ରାରେ ରାହୁଲ ମଣିପୁରରୁ ମହାରାଷ୍ଟ୍ର ପଦଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।  

ଏହା ମଧ୍ଯ ପଢ଼ନ୍ତୁ: ୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା, ଓଡ଼ିଶା ଆସିବେ ରାହୁଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.