ସରକାରଙ୍କ ଉପରେ ଗର୍ଜିଲା ବିଜେପି, ସଦର ଓ ହିନ୍ଦୋଳ ବ୍ଲକ ଘେରାଉ

By ETV Bharat Odisha Team

Published : Nov 18, 2023, 7:26 PM IST

thumbnail

ଢେଙ୍କାନାଳ: ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଢେଙ୍କାନାଲ ଜିଲ୍ଲାରେ ଗର୍ଜିଲା ବିଜେପି । ଢେଙ୍କାନାଳ ସଦର ଓ ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଛି ଦଳ । ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର, ଆଇନି ଶୃଙ୍ଖଳା ବିପର୍ଯ୍ୟସ୍ତ ଆଦି ବିଭିନ୍ନ ଦାବି ନେଇ ବିଜେପି ଦୀର୍ଘ ୫ ଦିନ ହେଲା ରାଜ୍ୟ ବ୍ୟାପି ବ୍ଲକ ଘେରାଉ କାର୍ଯ୍ୟକ୍ରମ ଜାରି ରଖିଛି । ଏହାରି ଭିତରେ ଆଜି ଢେଙ୍କାନାଲ ସଦର ଓ ହିନ୍ଦୋଳ ବ୍ଲକରେ ବିଜେପି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ଆୟୋଜନ କରାଯାଇଥିଲା । ପରେ ବ୍ଲକ କାର୍ଯ୍ୟାଳୟକୁ ସମ୍ମୁଖରେ ପ୍ରତିବାଦ କରିଥିଲା ଦଳ । ଏହାପରେ ରାଜ୍ୟପାଳଙ୍କ ଉଦେଶ୍ୟରେ ବିଡିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ରଙ୍କ ନେତୃତ୍ୱରେ ବିଜେପି ନେତା କୃଷ୍ଣ ଚନ୍ଦ୍ର ପାତ୍ର, ଶତ୍ରୁଘନ ଜେନା ସମେତ ଶହଶହ ବିଜେପି କର୍ମୀ ସାମିଲ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ......ଆବାସ ବଣ୍ଟନରେ ଦୁର୍ନୀତି ! ବଲାଙ୍ଗୀରରେ ବ୍ଲକ ଘେରାଉ କଲା ବିଜେପି

ସେହିପରି ହିନ୍ଦୋଳରେ ବିଜେପି ନେତ୍ରୀ ଅଞ୍ଜଳି ବେହେରାଙ୍କ ନେତୃତ୍ୱରେ ହିନ୍ଦୋଳ ବିଜ୍ଞାପିତ ପରିଷଦ ଆଗରେ ପ୍ରତିବାଦ କରାଯାଇଥିଲା ।ପରେ ହିନ୍ଦୋଳ ବ୍ଲକ କର୍ଯ୍ୟାଳୟ ଘେରାଉ କରାଯିବା ସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।ରାଜ୍ୟରେ ଆବାସ ଯୋଜନା,ଏନଆର୍‌ଜିଏସ ଆଦି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ବାଟ ମାରଣା କରୁଛନ୍ତି ରାଜ୍ୟ ସରକାର । ଏହା ସହ ଦୁର୍ନୀତି ଭ୍ରଷ୍ଟାଚାର ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାରୁ ଜନ ଆକ୍ରୋଶ ବଢ଼ିବାରେ ଲାଗିଛି । ଆସନ୍ତା ନିର୍ବାଚନରେ ଏହା ପ୍ରତିଫଳିତ ହେବ କହିଛନ୍ତି ଜିଲ୍ଲା ବିଜେପି ସଭାପତି ।
 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.