ଗଡ଼ଗଡ଼ିଆ ଘାଟରେ ବିଜେଡି କାଉଡ଼ିଆ, ନବୀନ ପାଣ୍ଡିଆନଙ୍କ ଆୟୁଷ ପାଇଁ ଗଲେ ବୋଲବମ

By

Published : Jul 17, 2023, 3:56 PM IST

thumbnail

କଟକ: ନବୀନ ପଟ୍ଟନାୟକ ପଣ୍ଡିଆନଙ୍କ ପାଇଁ ବୋଲବମ । ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କ ନିକଟରେ ଜଳ ଅଭିଷେକ ଲାଗି କରିବା ପାଇଁ କାଉଡ଼ିଆ ଭକ୍ତମାନେ ବୋଲବମ ଯାଉଛନ୍ତି ।  ହେଲେ ଗଡ଼ ଗଡ଼ିଆ ଘାଟରେ ଦେଖିବାକୁ ମିଳିଥିଲା ବିଜେଡି କାଉଡ଼ିଆ ଭକ୍ତ ଯିଏ ନିଜର ମନ ସ୍କାମନା ପୂର୍ଣ୍ଣ ପାଇଁ ନୁହେଁ, ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ ଭି କେ ପଣ୍ଡିଆନଙ୍କ ଦୀର୍ଘାୟୁ କାମନା କରି ବୋଲବମ ଯାଉଛନ୍ତି । ଏମାନେ ସବୁ ହେଉଛନ୍ତି ଭୁବନେଶ୍ବର ସୁକ ବିହାରର ବସ୍ତି ବାସିନ୍ଦା । ଗଡ଼ଗଡ଼ିଆ ଘାଟରୁ ପାଣି ନେଇ ଲିଙ୍ଗରାଜ ମନ୍ଦିର ଯାଇଛନ୍ତି । ରାଜ୍ୟରେ ଦୀର୍ଘ ବର୍ଷ ଧରି ପାଣ୍ଡିଆନ ଓ ନବୀନଙ୍କ କର୍ତ୍ତବ୍ୟକୁ ଆହୁରି ଆଗକୁ ନେବା ପାଇଁ ଲିଙ୍ଗରାଜଙ୍କ ନିକଟରେ ଜଳ ଚଢାଇ ଏହି ଦୁଇ ବ୍ୟକ୍ତିଙ୍କ ଶୁଭ ଭବିଷ୍ୟତ କାମନା କରିଛନ୍ତି । ସେପଟେ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିବା ବେଳେ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ ।  

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.