ହିମାଚଳରୁ ରାୟପୁର ଫେରିଲେ ଭୂପେଶ ବଘେଲ, ଭବ୍ୟ ସ୍ବାଗତ କଲେ ଦଳୀୟ କର୍ମୀ - ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-17177903-thumbnail-3x2-bhupesh.jpg)
ହାଇଦ୍ରାବାଦ: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଠନ ପ୍ରକ୍ରିୟା ଶେଷ ହେବା ପରେ ରାୟପୁର ଫେରିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ରାଜଧାନୀ ରାୟପୁରରେ ବଘେଲଙ୍କୁ ଭବ୍ୟ ସ୍ବାଗତ କରାଯାଇଛି (Bhupesh Baghel warmly welcomed in Raipur)। କଂଗ୍ରେସ ଚଳିତ ହିମାଚଳ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିବା ପରେ ସରକାର ଗଠନ ପ୍ରକ୍ରିୟା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ବଘେଲକୁ ହିମାଚଳ ପଠାଇଥିଲା ଦଳ । ଦଳର ହିମାଚଳ ପ୍ରଭାରୀ ରାଜୀବ ଶୁକ୍ଳା, ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ନେତା ଭୂପିନ୍ଦର ସିଂ ହୁଡ୍ଡା ମଧ୍ୟ ହିମାଚଳ ଗସ୍ତରେ ଥିଲେ । ଆଜି ସୁଖବିନ୍ଦର ସିଂ ସୁଖୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ହିମାଚଳରେ କଂଗ୍ରେସ ଶାସନ ଆରମ୍ଭ ହୋଇଛି । ସଂଧ୍ୟାରେ ରାୟପୁରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବଘେଲଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ଦଳୀୟ କର୍ମୀ ଓ ସମର୍ଥକ ।
Last Updated : Feb 3, 2023, 8:35 PM IST