ପୂଜାପାଠ ପରେ ଦାୟିତ୍ବ ନେଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Dec 15, 2023, 5:49 PM IST

thumbnail

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜ୍ୟ ସଚିବାଳୟ ଆସି ବିଦ୍ଧିବଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା । ବ୍ରାହ୍ମଣଙ୍କ ପୂଜାର୍ଚନା ପରେ ସାଧୁସନ୍ଥଙ୍କ ଆଶୀର୍ବାଦ ନେଇ ଦାୟିତ୍ବ ଗ୍ରହଣ କରିଛନ୍ତି ଭଜନ ଲାଲ । ଦାୟିତ୍ବ ଗ୍ରହଣ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଉପମୁଖ୍ୟମନ୍ତ୍ରୀ ଦୀୟା କୁମାରୀ, ପ୍ରେମଚାନ୍ଦ ବୈରୱା, ଦଳର ବରିଷ୍ଠ ନେତା ଓ  ବିଧାୟକ ଉପସ୍ଥିତ ଥିଲେ । ସେହିପରି ଉପମୁଖ୍ୟମନ୍ତ୍ର ଦୀୟା କୁମାରୀ ମଧ୍ୟ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ କଲରାଜ ମିଶ୍ରା ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣ  ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ,ବିଜେପି  ଅଧ୍ୟକ୍ଷ ଜେପି ନଡ୍ଡା, ସଂଗଠନ ମୁଖ୍ୟ ବିଏଲ ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ନୀତିନ ଗଡକରୀ, ବିଜେପି ଓ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ସାଧାରଣ ଜନତା ସାମିଲ ହୋଇଥିଲେ । 

 ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.