Baliyatra 2022: ବାଲିଯାତ୍ରାରେ ହକି ବିଶ୍ୱକପ ପ୍ରମୋସନ, ଷ୍ଟଲରେ ଜମିଲା ଭିଡ - ହକି ବିଶ୍ବକପ ପ୍ରଚାର ପ୍ରସାର

🎬 Watch Now: Feature Video

thumbnail

By

Published : Nov 9, 2022, 6:28 PM IST

Updated : Feb 3, 2023, 8:31 PM IST

କଟକ: 2023 ଜାନୁଆରୀ 13ରୁ 29 ଯାଏଁ ଓଡିଶାରେ ହକି ବିଶ୍ବ କପ ଖେଳାଯିବ ( Hockey World Cup 2023 ) । ହକି ବିଶ୍ବକପର ଅଧିକ ପ୍ରଚାର ପ୍ରସାର କରିବା ପାଇଁ କ୍ରୀଡା ବିଭାଗ ପକ୍ଷରୁ ବାଲିଯାତ୍ରାରେ ହକିର ଏକ ଷ୍ଟଲ ଲଗାଇଯାଇଛି । 9 ଦିନ ଧରି ହେବାକୁ ଥିବା ଐତିହାସିକ ବାଲିଯାତ୍ରାରେ ହକିର କ୍ରେଜ ନିଶ୍ଚୟ ବୃଦ୍ଧି ହେବ ବୋଲି ଆଶା ରଖିଛନ୍ତି ଷ୍ଟଲ କତ୍ତୃପକ୍ଷ । ୨୦୨୩ ହକି ବିଶ୍ବ କପ ପାଇଁ ପ୍ରାୟୋଜକ ରହିଛି ଓଡିଶା । ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ନିର୍ମାଣ ହେଉଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ବ କପ ଖେଳାଯିବ । 2018 ତୁଳନାରେ 2023 ବିଶ୍ବକପକୁ ଅଧିକ ଗ୍ରାଣ୍ଡ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହା ଏକ ସ୍ମରଣୀୟ ବିଶ୍ବକପ ଆୟୋଜନ ହେବା ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରୟାସ କରାଯାଉଛି । ଇଟିଭି ଭାରତ,କଟକ
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.