thumbnail

By

Published : Jun 3, 2023, 12:31 PM IST

ETV Bharat / Videos

ଟ୍ରେନ ଟ୍ରାଜେଡି: ଉଦ୍ଧାରକାର୍ଯ୍ୟ ଜାରି, ଶୁଣନ୍ତୁ କଣ କହୁଛନ୍ତି NDRF IG

ନୂଆଦିଲ୍ଲୀ: ବାଲେଶ୍ବର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରି ଦେଇଛି । ଯେଉଁଆଡେ ଚାହିଁଲେ ଖାଲି ମୃତଦେହ । ସମୟ ଯେତିକି ଗଡୁଛି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ରିପୋର୍ଟ ଲେଖାହେବା ସୁଦ୍ଧା 238ଜଣଙ୍କ ଜୀବନ ଯାଇଥିବାବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । 900ଲୋକ ଆହତ ହୋଇଛନ୍ତି । ଏବେ ବି ଟ୍ରେନ ତଳେ ଚାପି ହୋଇ ରହିଛି ଅନେକ ଜୀବନ । ଉଦ୍ଧାର କାର୍ଯ୍ୟ ଜୋରସୋର ଜାରି ରହିଛି । ସନ୍ଧ୍ୟା ସୁଦ୍ଧା ଉଦ୍ଧାରକାର୍ଯ୍ୟ ଶେଷ ହେବ । 9ଟି ଏନଡିଆରଏଫ ଟିମ ଓଡିଶାରୁ 7 ଓ ପଶ୍ଚିମବଙ୍ଗରୁ 2ଟି ଟିମ ସାମିଲ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି NDRF IG ନରେନ୍ଦ୍ର ସିଂହ ବୁନ୍ଦେଲ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.