Landslide in Sikkim: ୩୫୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଯବାନ - ସିକ୍କିମରେ ପ୍ରକୃତିର ତାଣ୍ଡବ

🎬 Watch Now: Feature Video

thumbnail

By

Published : Jun 17, 2023, 9:47 PM IST

ଗ୍ୟାଙ୍ଗ୍‌ଟକ୍: ସିକ୍କିମରେ ପ୍ରକୃତିର ତାଣ୍ଡବ । ଶୁକ୍ରବାର ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ଦେଖାଦେଇଛି । ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ ନିକଟରେ ଭୟଙ୍କର  ଭୂସ୍ଖଳନ ଘଟି ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ଏକ ପୋଲ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ପ୍ରାୟ ୩୫୦୦ ପର୍ଯ୍ୟଟକ ସେଠାରେ ଫସି ରହିଥିଲେ । ଏଥିରେ କିଛି ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇଁ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେଠାରେ ଯବାନମାନେ ଏକ ଅସ୍ଥାୟୀ ପୋଲ ତିଆରି କରିଥିଲେ । ତେବେ ଶନିବାର ଅପରାହ୍ନ ୩ଟା ସୁଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ୨୦୦୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ବନ୍ୟା ଯୋଗୁଁ ପ୍ରଭାବିତ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନ୍ୟପଟେ ସ୍ଥିତି ସୁଧୁରିବା ଯାଏ ପର୍ଯ୍ୟଟକଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ସୁରକ୍ଷିତ ଉଦ୍ଧାର ହୋଇଥିବାରୁ ଲୋକେ ସୁରକ୍ଷାକର୍ମୀ ଏବଂ ଯବାନ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.