ଦେଶର ଏକତା ଓ ଅଖଣ୍ଡତା ଗୁରୁତ୍ବପୂର୍ଣ୍ଣ: ଅମିତ ଶାହ - ଉଲଫା ସହ ଚୁକ୍ତିନାମା

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 29, 2023, 7:40 PM IST

ନୂଆଦିଲ୍ଲୀ:  ଦେଶର ଏକତା ଏବଂ ଅଖଣ୍ଡତା ଗୁରୁତ୍ବପୂର୍ଣ୍ଣ । ପୂର୍ବାଞ୍ଚଳ ରାଜ୍ୟ ସମୂହ ପାଇଁ ଆଜି ଆରମ୍ଭ ହୋଇଛି ନୂଆ ଅଧ୍ୟାୟ ।  କେନ୍ଦ୍ର ସରକାର, ଆସାମ ସରକାର ଏବଂ ଉଲଫା ମଧ୍ୟରେ ଆଜି ଦିଲ୍ଲୀରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର ହେବା ପରେ ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ସବୁ ପକ୍ଷ ଆଜି ଶାନ୍ତି ସପକ୍ଷରେ ଛିଡ଼ା ହୋଇଛନ୍ତି । ସମସ୍ତଙ୍କ ସହମତିରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି ।  ୯୦ ଦଶକରୁ ଆସାମରେ ବିଛିନ୍ନତାବାଦୀମାନେ ହିଂସାକାଣ୍ଡ ଘଟାଇ ଆସୁଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସଂଘର୍ଷରେ ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏବେ ଶାନ୍ତି ପ୍ରତିଷ୍ଠା ପାଇଁ ଆଗକୁ ଆସିଛି ୟୁନାଇଟେଡ୍ ଲିଗରେସନ ଫ୍ରଣ୍ଟ ଅଫ୍ ଆସାମ (ULFA) ସଂଗଠନ । ସେମାନଙ୍କ ଦାବି ପୂରଣ ପାଇଁ କେନ୍ଦ୍ର ସରକାର ଶୀଘ୍ର ପଦକ୍ଷେପ ନେବେ ବୋଲି ଅମିତ ଶାହ କହିଛନ୍ତି ।  

ଏହା ମଧ୍ଯ ପଢ଼ନ୍ତୁ:  ଉଲଫା ସହ କେନ୍ଦ୍ର ଓ ଆସାମର ତ୍ରିପାକ୍ଷିକ ଚୁକ୍ତି , ପୂର୍ବାଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ନୂଆ ଅଧ୍ୟାୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.