ବାହୁଡ଼ାଯାତ୍ରା 2023: ସରିଲା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା

By

Published : Jun 28, 2023, 9:21 PM IST

thumbnail

ଭୁବନେଶ୍ବର:  ନବଦିନାତ୍ମକ ଲୀଳାଖେଳା ସାରି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀକୁ ବାହୁଡିଛନ୍ତି ଶ୍ରୀଜିଉ । ପ୍ରଭୁ ଶ୍ରୀ ବଦଭଦ୍ରଙ୍କ ତାଳଧ୍ବଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପରେ ସିଂହଦ୍ବାରରେ ଲାଗିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ହଜାର ହଜାର ଭକ୍ତ କାଳିଆର ରଥ ଟାଣି ଟାଣି ସିଂହଦ୍ବାରରେ ଲଗାଇଛନ୍ତି । ରଥରେ ଭାବର ଠାକୁରଙ୍କୁ ଦେଖି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ଦୁଇ ହାତ ଉପରକୁ ଟେକି ଭକ୍ତ ଉଚାରିଥିଲେ ଜୟ ଜଗନ୍ନାଥ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଥିଲା।  

କୁହାଯାଏ, ପରାୟଣ  ଅର୍ଥାତ୍ ଜୀବନ ଯିବା ସମୟରେ ଯେଉଁ ପଶୁ ପକ୍ଷୀଙ୍କ ମଣିଷ ଦେଖିଥାଏ ସେହି ଜନ୍ମ ପ୍ରାପ୍ତ ହୋଇଥାଏ। ଏହି କ୍ରମରେ ଜୀବନ ଯିବା ବେଳେ ମହାପ୍ରଭୁଙ୍କ ଲୀଳା ଖେଳା ସମୟର ଏହି ବିଚିତ୍ର ଦୃଶ୍ୟ ଦେଖିଲେ ଆତ୍ମା ପରମାତ୍ମାଙ୍କ ସହ ଲୀନ ହୋଇଥାଏ ବୋଲି କହିଛନ୍ତି ପ୍ରବଚକ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.