ମଙ୍ଗଳମୟ ଦେବ ଦିନ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ - ତାରିଣୀଙ୍କ ଆଳତୀ
🎬 Watch Now: Feature Video

କେନ୍ଦୁଝର: ସିନ୍ଦୁରା ମୁହିଁ ସେ କରୁଣାମୟୀ ଘଟଗାଁ ରାଣୀ ମାଆ ତାରିଣୀ... ନଡିଆ ରାଣୀ ଦୁଃଖ ହାରିଣୀ । ମାଆ ତାରିଣୀଙ୍କ ମହିମା ଅପାର । ତାଙ୍କ ଶରଣରେ ସବୁ ଦୁଃଖ ଦୂର ହୁଏ । ଭକ୍ତର ମନବାଞ୍ଛା ପୂରଣ କରନ୍ତି ମାଆ ତାରିଣୀ । କାହିଁ କେତେ ଦୂରରୁ ଭକ୍ତଟିଏ ଚାଲିଆସେ ମାଆ ପାଖକୁ । ମାଆଙ୍କ ଆଳତୀ ଦର୍ଶନ କଲେ ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ସକାଳୁ ସକାଳୁ ମାଆଙ୍କ ଦିବ୍ୟ ଆଳତୀ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ ଜମିଥାଏ । ପ୍ରତିଦିନ ପରି ଆଜି ମଧ୍ୟ ଘଟଗାଁ ପୀଠରେ ମାଆ ତାରିଣୀଙ୍କ ଆଳତୀ ହୋଇଛି ।
କେନ୍ଦୁଝର ଜିଲ୍ଲା ଘଟଗାଁ ପୀଠରେ ପ୍ରତିଦିନ ପ୍ରଭାତରୁ ଅଧିଷ୍ଠାତ୍ରୀ ମାଆ ତାରିଣୀଙ୍କର ଆଳତୀ କରାଯାଏ । ପ୍ରଭାତରୁ ମନ୍ଦିର ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରଥାନ୍ତି । ନାଲି ସିନ୍ଦୁର ଓ ମନ୍ଦାରରେ ଝଟକୁଛନ୍ତି ମାଆ । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି, ହରିବୋଲ ଓ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠୁଛି ପୁରା ପରିବେଶ । ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ମାଆଙ୍କ ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ଇଟିଭି ଭାରତ, କେନ୍ଦୁଝର