ETV Bharat / state

ବନ୍ୟା-ବାତ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତ ହେବ ଖସଡ଼ା: ରାଜସ୍ବ ମନ୍ତ୍ରୀ - SURESH PUJARI BALASORE TOUR

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା-ବାତ୍ୟା ଚିନ୍ତା । ମୟୂରଭଞ୍ଜ ଓ ବାଲେଶ୍ୱରରେ ବନ୍ୟା ସ୍ଥିତିର ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତ ହେବ ଖସଡ଼ା ।

SURESH PUJARI VISITED BALASORE
SURESH PUJARI VISITED BALASORE (ETV Bharat Odisha)
author img

By ETV Bharat Odisha Team

Published : Feb 19, 2025, 12:43 PM IST

ବାଲେଶ୍ବର: ବନ୍ୟା ଓ ବାତ୍ୟାର ଏକ ପ୍ରକାର ସ୍ଥାୟୀ ଠିକଣା ଓଡିଶାକୁ କୁହାଯାଉଥିବା ବେଳେ ବାଲେଶ୍ୱରରେ ବାତ୍ୟା ପରେ ବନ୍ୟା ହୋଇ ଅନେକ ସମୟରେ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳେ । ଏହାକୁ ମୁକାବିଲା କରିବା ପାଇଁ ସରକାରୀ ଓ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯାଇଥାଏ ସତ ହେଲେ ସ୍ଥାୟୀ ସମାଧାନ ପାଇଁ ବାଟ ଫିଟିନି । ବିଶେଷ କରି ବସ୍ତା, ବାଲିଆପାଳ, ଭୋଗରାଇ, ସିମୁଳିଆ ଖଇରା ଅଞ୍ଚଳରେ ବାତ୍ୟା ଦାନା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଥିଲା ।ଏହିସବୁ ସମସ୍ୟାର କିପରି ତୁରନ୍ତ ସମାଧାନ ହେବ ସେ ନେଇ ତଦାରଖ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

SURESH PUJARI VISITED BALASORE (ETV Bharat Odisha)
  • ମନ୍ତ୍ରୀଙ୍କ ବନ୍ୟା, ବାତ୍ୟା ଚିନ୍ତା:

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ଠିକଣା ଓଡିଶା ହୋଇଯାଇଛି । ପ୍ରତ୍ୟେକ ବର୍ଷ ବନ୍ୟା କିମ୍ବା ବାତ୍ୟା ଆକାରରେ କିମ୍ବା ବଜ୍ରାଘାତ, ମରୁଡ଼ି ହେଉଛି । ଏ ଆଠ ମାସ ଭିତରେ ଆମେ ବାଲେଶ୍ୱରରେ ଏକ ବନ୍ୟା ଦେଖି ସାରିଲୁଣି । ଯାହାକୁ ନେଇ ଆମେ ଝାଡ଼ଖଣ୍ଡ ସରକାର ସହିତ ମଧ୍ୟ ଆଲୋଚନା କରିଛୁ । ବହୁତ ସମୟରେ ସେପଟୁ ବନ୍ୟାଜଳ ଆସିକି ମୟୂରଭଞ୍ଜ, ବାଲେଶ୍ୱରରେ ବିନା କାରଣରେ ବନ୍ୟା ସୃଷ୍ଟି ହେଉଛି । ଲୋକମାନେ ହଇରାଣ ହେଉଛନ୍ତି । ସେଠାରେ ଯେଉଁ ଡ୍ୟାମ ଅଛି ସେ ଡ୍ୟାମର ଉଚ୍ଚତା ନ ବଢିବା କାରଣରୁ ପାଣି ବଢି ଗଲେ ମୟୂରଭଞ୍ଜ ଓ ବାଲେଶ୍ୱର ଭିତରକୁ ପଶି ଆସୁଛି ।"

  • ଏପରି କହିଲେ ରାଜସ୍ବ ମନ୍ତ୍ରୀ:

ସେ ଆହୁରି ମଧ୍ୟ କହିଛନ୍ତି," ଝାଡ଼ଖଣ୍ଡ ସରକାର ସାଙ୍ଗରେ କଥାବାର୍ତ୍ତା କରିଛୁ କ'ଣ ସମାଧାନ ହୋଇ ପାରିବ । ସେମିତି 489 କିଲୋମିଟର ଉପକୂଳ ଅଞ୍ଚଳ ରହିଥିବା ବେଳେ ଅନେକ ସମୟରେ ଲଘୁଚାପ ହେଲେ ବାତ୍ୟା ଆଡକୁ ମୁହାଁଉଛି । ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟାକୁ ସାମ୍ନା କରିବା ସହ ତାର କେତେଦୂର ସ୍ଥାୟୀ ସମାଧାନ ହୋଇ ପାରିବ । ବନ୍ୟା ବାତ୍ୟାର ପ୍ରକୋପ କେମିତି କମ ହୋଇ ପାରିବ ସେ ବାବଦରେ ଆମେ ଖସଡ଼ା ପ୍ରସ୍ତୁତ କରୁଛୁ ।"

ଏହା ମଧ୍ୟ ପଢନ୍ତୁ...ଆଗାମୀ ଶିକ୍ଷାବର୍ଷରେ ଲାଗୁ ହେବ ଶିଶୁ ବାଲ ବାଟିକା ୩ - SISHU BAAL BATIKA 3

ଏହା ମଧ୍ୟ ପଢନ୍ତୁ...'୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି' - PANCHAYATI RAJ DEPARTMENT

ଏହା ମଧ୍ୟ ପଢନ୍ତୁ... ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉତ୍ତର, ୮ ମାସରେ ୧୮ ହଜାର ମହିଳା ବିରୋଧୀ ଅପରାଧ - ODISHA ASSEMBLY BUDGET SESSION 2025

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.