ପ୍ରଭାତରୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ

🎬 Watch Now: Feature Video

thumbnail

By

Published : Feb 27, 2023, 6:57 AM IST

କେନ୍ଦୁଝର: ସିନ୍ଦୁରା ମୁହିଁ ସେ କରୁଣାମୟୀ ମାଆ ତାରିଣୀ... ଘଟଗାଁ ରାଣୀ ଦୁଃଖ ହାରିଣୀ । ଭକ୍ତର ମାଆ । ମାଆ ତାରିଣୀଙ୍କ ମହିମା ଅପାର । ତାଙ୍କ ଶରଣରେ ସବୁ ଦୁଃଖ ଦୂର ହୁଏ । ଭକ୍ତର ମନବାଞ୍ଛା ପୂରଣ କରନ୍ତି ମାଆ ତାରିଣୀ । କାହିଁ କେତେ ଦୂରରୁ ଭକ୍ତଟିଏ ଚାଲିଆସେ ମାଆ ପାଖକୁ । ମାଆଙ୍କ ଆଳତୀ ଦର୍ଶନ କଲେ ଦିନ ଶୁଭମୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ସକାଳୁ ସକାଳୁ ମାଆଙ୍କ ଦିବ୍ୟ ଆଳତୀ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ ଜମିଥାଏ । ପ୍ରତିଦିନ ପରି ଆଜି ମଧ୍ୟ ଘଟଗାଁ ପୀଠରେ ମାଆ ତାରିଣୀଙ୍କ ଆଳତୀ ହୋଇଛି ।

କେନ୍ଦୁଝର ଜିଲ୍ଲା ପ୍ରସିଦ୍ଧ ଘଟଗାଁ ପୀଠରେ ପ୍ରତିଦିନ ପ୍ରଭାତରୁ ଅଧିଷ୍ଠାତ୍ରୀ ମାଆ ତାରିଣୀଙ୍କର ଦିବ୍ୟ ଆଳତୀ କରାଯାଏ । ପ୍ରଭାତରୁ ମନ୍ଦିର ପୂଜକ ଓ ସେବାୟତ ମାଆଙ୍କ ଦିବ୍ୟ ଆଳତୀ କରଥାନ୍ତି । ନାଲି ସିନ୍ଦୁର ଓ ମନ୍ଦାରରେ ଝଟକୁଛନ୍ତି ମାଆ । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି, ହରିବୋଲ ଓ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠୁଛି ପୁରା ପରିବେଶ । ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପ୍ରଭାତରୁ ମାଆଙ୍କ ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ । ମାଆଙ୍କ ଅଶେଷ କୃପା ମିଳିଥାଏ ।

କେନ୍ଦୁଝର ଜିଲ୍ଲା ଘଟଗାଁରେ ଥିବା ତାରିଣୀପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ତାରିଣୀ । 1480 ମସିହାରେ ପୁରୀର ତତ୍କାଳୀନ ଗଜପତିଙ୍କ ଆଦେଶକ୍ରମେ ମାଆ ତାରିଣୀଙ୍କ ନୂଆ ମନ୍ଦିର ଘଟଗାଁରେ ସ୍ଥାପନ କରାଯାଇଥିଲା । ମାଆଙ୍କ ପାଖରେ ମାନସିକ କଲେ ତାହା ନିଶ୍ଚୟ ପୂରଣ ହୁଏ । ମାଆଙ୍କ ପ୍ରିୟ ନଡିଆ । ତେଣୁ ତାଙ୍କୁ ନଡିଆରାଣୀ ବୋଲି ମଧ୍ୟ କୁହାଯାଏ । ଦୂରଦୂରାନ୍ତରୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । କୁହାଯାଏ ମାଆ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ଶ୍ରଦ୍ଧା ଓ ଭକ୍ତିରେ ମନସ୍କାମନା କରି ମାଆକୁ ନଡିଆଟିଏ ଯାଚି ଦେଲେ ଭକ୍ତର ମନବାଞ୍ଛା ପୂରଣ ହୁଏ ବୋଲି ବିଶ୍ବାସ ରହିଛି ।  

ଚଇତି ଓ ଆଷାଢୀ ମାଆଙ୍କ ଦୁଇଟି ପ୍ରମୁଖ ପର୍ବ ।  ଏହି ଦିନ ଘଟଗାଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ମାଆଙ୍କ ମହିମା ସତରେ ଅପାର । ତାଙ୍କ ଶରଣରେ ପଶିଲେ ଜୀବନର ସବୁ ଦୁଃଖ ଦୂର ହୁଏ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.