ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ, ମଙ୍ଗଳମୟ ହେବ ଦିନ - ଘଟଗାଁ ରାଣୀ ମାଆ ତାରିଣୀ
🎬 Watch Now: Feature Video

କେନ୍ଦୁଝର: ନଡିଆ ରାଣୀ ସେ ଘଟଗାଁ ରାଣୀ ମାଆ ତାରିଣୀ । ଭକ୍ତର ମାଆ ସେ । କରୁଣାମୟୀ ମାଆ ତାରିଣୀ । ପ୍ରତିଦିନ ପ୍ରଭାତରୁ ଘଟଗାଁ ପୀଠରେ ମାଆ ତାରିଣୀଙ୍କର ଦିବ୍ୟ ମଙ୍ଗଳ ଆଳତୀ କରାଯାଏ । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ । ମାଆଙ୍କ ଆଳତୀ ଦର୍ଶନ କଲେ ଦିନଟି ଶୁଭମୟ ହୋଇଥାଏ । ନାଲି ମନ୍ଦାର ମାଳରେ ଝଟକୁଛନ୍ତି ଘଟଗାଁ ରାଣୀ । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି ହରିବୋଲରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଆଧ୍ୟାତ୍ମିକ ପରିବେଶରେ ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ତାରିଣୀ ପୀଠ ଓଡ଼ିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ । ମାଆଙ୍କ ପାଖରେ ମାନସିକ କଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି । ମାଆଙ୍କ ଦୁଇଟି ପର୍ବ ଚଇତି ଓ ଆଷାଢି ପ୍ରତିବର୍ଷ ପାଳନ ହୋଇଥାଏ । ଏହି ଦିନ ଘଟଗାଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ ।
ଇଟିଭି ଭାରତ, କେନ୍ଦୁଝର