ପ୍ରଭାତରୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ - ଘଟଗାଁ ରାଣୀ

🎬 Watch Now: Feature Video

thumbnail

By

Published : Apr 18, 2023, 7:00 AM IST

କେନ୍ଦୁଝର: ଘଟଗାଁ ରାଣୀ ସେ ମାଆ ତାରିଣୀ । ମାଆ ତାରିଣୀ ଦୁଃଖ ହାରିଣୀ । ତାଙ୍କ  ମହିମା ଅପାର । ଭକ୍ତର ମାଆ ତାରିଣୀ ମାଆ । ତାଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତିଟି ଧାଇଁ ଆସେ ଘଟଗାଁ ପୀଠକୁ । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ଦୁଃଖ ଦୂର ହୁଏ ଓ କୃପା ମିଳିଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ପ୍ରଭାତରୁ ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଆଜି ମଧ୍ୟ ସକାଳୁସକାଳୁ ସେବାୟତମାନେ ମାଆଙ୍କ ଆଳତୀ କରିଛନ୍ତି । ନାଲି ମନ୍ଦାରରେ ସଜେଇ ହୋଇଛନ୍ତି ମାଆ । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ମାଆଙ୍କ ଆଳତୀ ଦର୍ଶନ କରି କୃତ୍ୟକୃତ୍ୟ ହୋଇଛନ୍ତି ଭକ୍ତ । ମାଆଙ୍କ ପ୍ରିୟ ଭୋଗ ନଡିଆ । ତେଣୁ ତାଙ୍କୁ ନଡିଆରାଣୀ ବୋଲି ମଧ୍ୟ କୁହାଯାଏ । ମନସ୍କାମନା କରି ମାଆଙ୍କୁ ନଡିଆଟିଏ ଯାଚିଲେ ଭକ୍ତର ମନବାଞ୍ଛା ପୂରଣ ହୁଏ ।  

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.