Adapa Mandap Bije 2023: ଦେବୀ ସୁଭଦ୍ରାଙ୍କ ଆଡପ ପହଣ୍ଡି ବିଜେ

By

Published : Jun 22, 2023, 10:44 PM IST

thumbnail

ପୁରୀ: ଜନ୍ମବେଦୀରେ ଦାରୁବ୍ରହ୍ମ। ନବଦିନାତ୍ମକ ଯାତ୍ରାରେ ଆସି ଆଡପ ମଣ୍ଡପରେ ବିଜେ କରିଛନ୍ତି ଶ୍ରୀଜିଉ । ଆଜି ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ, ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଶେଷରେ କାଳିଆ ସାଆନ୍ତେ ରଥ ଉପରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି । ଘଣ୍ଟ ଘଣ୍ଟା, କାହାଳୀ, ଭିନ୍ନ ଭିନ୍ନ କଳା କୌଶଳ ନୃତ୍ୟ ସହ ଜୟ ଜଗନ୍ନାଥ ଜୟଘୋଷ  ମଧ୍ୟର ଜନ୍ମବେଦୀରେ ବିରାଜିଛନ୍ତି ଦାରୁବ୍ରହ୍ମ । କାଲି ଠାରୁ ଭକ୍ତଙ୍କୁ  ଜନ୍ମବେଦୀରେ ଦେବେ ଦର୍ଶନ। ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଦଇତାପତି ସେବକମାନେ ଦାରୁ ଦିଅଁଙ୍କୁ ରଥ ପହଣ୍ଡି କରି ଆଡ଼ପ ମଣ୍ଡପରେ ବିଜେ କରାଇଛନ୍ତି । ଆଜି ଆଡପ ମଣ୍ଡପ ବିଜେ ନୀତି ପରେ ଆସନ୍ତାକାଲି (ଶୁକ୍ରବାର) ଆଡପ ଅବଢା ବାହାରିବ । ଏବେ ଜନ୍ମଦେବୀରେ ଲୀଳା ଖେଳା କରିବେ ଦାରୁବ୍ରହ୍ମ । ଆଜି ଶ୍ରୀଜିଙ୍କ ଆଡପ ମଣ୍ଡପ ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.